ETV Bharat / state

ଚୋର ଦଳଙ୍କ ସହ ଯୁଦ୍ଧ କରି ବିରାଜିତ ମା' ଛିନ୍ନମସ୍ତା

କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାଇଁଶୋ ଗାଁରେ ପୂଜା ପାଉଛନ୍ତି ମା' ପୁରୁଣେଇ । କାର୍ତ୍ତିକ ପୂର୍ଣ୍ଣିମାରେ ବିଶେଷ କିମ୍ବଦନ୍ତୀ ରହିଛି ଏହି ପୀଠରେ । ଅଧିକ ପଢନ୍ତୁ

ଚୋର ଦଳଙ୍କ ସହ ଯୁଦ୍ଧ କରି ବିରାଜିତ ମା' ଚ୍ଛିନ୍ନମସ୍ତା

author img

By

Published : Nov 19, 2021, 4:38 PM IST

ନିଆଳି: କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା' ପୁରୁଣେଇ ଠାକୁରାଣୀ । ମା' ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ରେ ବୋଲି ବିଶ୍ବାସ ରହିଛି । କାଳକ୍ରମେ ମା' ପୁରୁଣେଇ ଚ୍ଛିନ୍ନମସ୍ତା ରୂପ ଧାରଣ କରିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ମା' ଛିନ୍ନମସ୍ତାଙ୍କ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଛି ।

ଚୋର ଦଳଙ୍କ ସହ ଯୁଦ୍ଧ କରି ବିରାଜିତ ମା' ଚ୍ଛିନ୍ନମସ୍ତା

କାର୍ତ୍ତିକ ପୂର୍ଣ୍ଣିମା ଦିନ ମା' ପୁରୁଣେଇ ତଥା ଛିନ୍ନମସ୍ତାଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାଇଁଶୋ ଗାଁରେ ପୂଜା ପାଉଛନ୍ତି ମା' ପୁରୁଣେଇ । ପାଞ୍ଚ ଶହ ବର୍ଷ ତଳର କଥା । ଲୋକକଥା ଅନୁସାରେ ଜଣଙ୍କ ଘରେ ସାତ ଜଣ ଚୋର ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲେ । ଏହିସମୟରେ ପୁରୁଣେଇ ଠାକୁରାଣୀ ସ୍ବପ୍ନାଦେଶ ଦେଇଥିଲେ ଘର ମାଲିକଙ୍କୁ । ଘର ମାଲିକ ଚିତ୍କାର କରିବାରୁ ଚୋର ଦଳ ଖସି ପଳାଇଥିଲେ । ପରେ ମା'ଙ୍କ ସ୍ବପ୍ନାଦେଶରୁ ସେମାନଙ୍କ ଚୋରୀ ଯୋଜନା ଭଣ୍ଡୁରୁ ହୋଇଯାଇଥିବାରୁ ଗାଁରେ ପୂଜା ପାଉଥିବା ପୁରୁଣେଇ ଠାକୁରାଣୀଙ୍କ ବେକକୁ ଚୋର ଦଳ ଚ୍ଛେଦନ କରିଦେଇଥିଲେ ।

ଏହାପରେ ଉକ୍ତ ଚୋର ଦଳ ମା' ପୁରୁଣେଇଙ୍କ ଚ୍ଛେଦନ ବେକକୁ ଏକ କୂପରେ ପକାଇ ଚମ୍ପଟ ମାରୁଥିଲେ । କିଛି ବାଟ ଗଲାପରେ ଚୋରଙ୍କ ମଧ୍ୟରେ ମନକୁ ମନ ଯୁଦ୍ଧ ଲାଗି ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ମା'ଙ୍କ ମସ୍ତକ ନଥିବା ଦେଖି ହତବାକ ହୋଇଗଲେ ଗ୍ରାମବାସୀ । ମା'ଙ୍କ ମସ୍ତକ ନଥିବା ଓ ଚୋର ଦଳଙ୍କ ମୃତ୍ୟୁ ଦେଖି ସ୍ଥାନୀୟ ଅଞ୍ଚଳରେ ମା' ପୁରୁଣେଇଙ୍କ ପ୍ରତି ବିଶ୍ଵାସ ଜନ୍ମିଲା ଏବଂ ମା' ଏଠାରେ ପ୍ରତ୍ୟକ୍ଷ ଭାବରେ ବିରାଜିତ ହୋଇଥିବା ବିଶ୍ବାସ କଲେ ଗ୍ରାମବାସୀ । ସେବେଠୁ ସାଇଁଶୋ ଗାଁର ଲୋକେ କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ମା'ଙ୍କ ବାର୍ଷିକ ଉତ୍ସବ ପାଳନ କରିଥାନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.