ETV Bharat / state

ମହାନବମୀରେ ମା’ଙ୍କ କୁମାରୀ ପୂଜା, ନଅରୂପରେ ପୂଜା ପାଇଲେ ‘କୁନି ଦେବୀ’ - କୁମାରୀ ପୂଜା

ମହାନବମୀରେ ମା’ଙ୍କ ମଣ୍ଡପରେ କୁମାରୀ ପୂଜା ଅନୁଷ୍ଠିତ । 9 ବର୍ଷରୁ କମ କୁମାରୀ କନ୍ୟାଙ୍କୁ ନବଦୁର୍ଗା ରୂପରେ ପୂଜା କରି ଆଶୀର୍ବାଦ ନେଇଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ...

ନବଦୁର୍ଗା ରୂପରେ କୁମାରୀଙ୍କୁ ପୂଜା
author img

By

Published : Oct 7, 2019, 9:24 PM IST

କଟକ: ଜଗତଜନନୀ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ମହା ଆଡମ୍ବରରେ ପାଳନ ହେଉଛି ମହା ନବମୀ ପୂଜା । ହୋମଯଜ୍ଞ, ମନ୍ତ୍ରପାଠରେ କମ୍ପୁଛି ପୁରପଲ୍ଲୀ । ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ତେବେ ମହାନବମୀରେ କୁମାରୀ ପୂଜାର ରହିଛି ବିଶେଷ ପରମ୍ପରା । କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଏହି ପୂଜାକୁ ନିଆରା ଭାବରେ କରାଯାଇଛି। ମା’ଙ୍କ ଏହି ନଅ ରୂପକୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବିଶ୍ବାସ ରହିଛି।

ନବଦୁର୍ଗା ରୂପରେ କୁମାରୀଙ୍କୁ ପୂଜା

ନବମୀ ପୂଜାରେ କୁମାରୀ ପୂଜାର ବିଧି ରହିଛି । ବିଧି ଅନୁଯାୟୀ 9 ଜଣ ଶିଶୁକନ୍ୟାଙ୍କ ପ୍ରଥମେ ପାଦ ଧୌତ କରି ସେମାନଙ୍କୁ ମା’ଙ୍କ ବେଶରେ ସଜା ଯାଇଥାଏ । ଏହାପରେ ନୂତନ ବସ୍ତ୍ର ପିନ୍ଧାଇ ସେମାନଙ୍କ ପାଦରେ ଅଳତା ଲଗାଯାଇଥାଏ ଓ ଫୁଲ ମାଳ ପିନ୍ଧାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ନଅ ରୂପରେ ନବମୀ ଦିନ କୁମାରୀ ପୂଜା କରାଯିବାର ବିଧି ରହିଛି। କଟକ ଦୋଳମୁଣ୍ଡାଇ ପୂଜା ମଣ୍ଡପ ଏହି ପୂଜାକୁ ପ୍ରତ୍ୟକ ବର୍ଷ ନିଆରା ଭାବରେ କରିଥାଏ ।

ଅନ୍ୟପଟେ ଏହି ନବମୀ ପୂଜାରେ କୁମାରୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ । ଏହି ଦିନରେ ମାଙ୍କ 9 ରୂପକୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ କରନ୍ତି ଭକ୍ତ। ସେଥିଲାଗି ଏହି କୁମାରୀ ପୂଜା ସମୟରେ ଶ୍ରଦ୍ଧାଳୁ ମାନେ, କୁମାରୀ ମାନଙ୍କୁ ଦାନ ଦେଇ ଆଶୀର୍ବାଦ ସାଉଁଟି ଥାଆନ୍ତି। ଖାତା, କଲମ, ଚକୋଲେଟ, ବିଭିନ୍ନ ପ୍ରକାର ଖାଦ୍ୟ, ଟଙ୍କା ଆଦି କୁମାରୀମାଙ୍କୁ ଦାନ କରି ସେମାନଙ୍କ ପାଦ ସ୍ପର୍ଶ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ପୌରାଣିକ କଥା ଅନୁଯାୟୀ ମହାଷ୍ଟମୀରେ ପ୍ରତାପ ଦୈତ୍ୟ ମହିଷାସୁରକୁ ବଦ୍ଧ କରିବା ପରେ ନବମୀ ଦିନ ମାଆ ଦେବ ଓ ନର ଲୋକଙ୍କୁ ସିଦ୍ଧି ପ୍ରଦାନ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଜଗତଜନନୀ ମା ଦିର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ପାଳନ ହେଉଛି ମହା ନବମୀ ପୂଜା।ହୋମ ଯଜ୍ଞ ମନ୍ତ୍ର ପାଠରେ କମ୍ପୁଛି ପଲ୍ଲୀ ଠୁ ସହର।ସହରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।ତେବେ ମହାନବମୀ ରେ କୁମାରୀ ପୂଜାର ରହିଛି ପରମ୍ପରା।କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ଏହି ପୂଜାକୁ ନିଆରା ଭାବରେ କରାଯାଇଛି।ବିଶ୍ୱାସ ରହିଛି ମାଙ୍କର ଏହି ନଅ ରୂପକୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ।

Body:(ଭିଓ - ୧) ନବମୀ ପୂଜାରେ କୁମାରୀ ପୂଜାର ବିଧି ରହିଛି।ବିଧି ଅନୁଯାୟୀ ୯ ଜଣ ଶିଶୁ କନ୍ୟାଙ୍କର ପ୍ରଥମେ ପାଦ ଧୌତ କରାଯାଇଥାଏ।ପରେ ସେମାନଙ୍କୁ ମାଙ୍କ ବେଷରେ ସଜ୍ଜା ଯାଇଥାଏ।ସେମାନଙ୍କୁ ନୂତନ ବସ୍ତ୍ର ପିନ୍ଧାଯାଇ ସେମାନଙ୍କ ପାଦରେ ଅଳତା ଲଗାଯାଇଥାଏ।ସେହିପରି ସେମାନଙ୍କୁ ଫୁଲ ମାଳ ପିନ୍ଧା ଯାଇ ପୂଜାର୍ଚନା ମଧ୍ୟ କରାଯାଇଥାଏ।ମାଙ୍କର ନଅ ରୂପରେ ସେମାନେ ନବମୀ ଦିନ ପୂଜା କରାଯିବାର ବିଧି ରହିଛି।କଟକ ଦୋଳମୁଣ୍ଡାଇ ପୂଜା ମଣ୍ଡପ ଏହି ପୂଜାକୁ ପ୍ରତ୍ୟକବର୍ଷ ନିଆରା ଭାବରେ କରିଥାଏ।

ବାଇଟ - ଦୟାନିଧି ଶତପଥୀ,ମୁଖ୍ୟ ପୂଜକ ,ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପ।
ବାଇଟ - ଲିଙ୍ଗରାଜ ହାତୀ,ସମ୍ପାଦକ ,ହରିପୁର ପୂଜା ମଣ୍ଡପ।

(ଭିଓ - ୨) ଅନ୍ୟପଟେ ଏହି ନବମୀ ପୂଜା ରେ କୁମାରୀ ପୂଜା ପାଇଁ ଶ୍ରାଢାଳୁ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ।ବିଶ୍ୱାସ ରହିଛି ଏହି ଦିନରେ ମାଙ୍କର ୯ ରୂପ କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ।ସେଥିପାଇଁ ଏହି କୁମାରୀ ପୂଜା ସମୟରେ ଶ୍ରାଢାଳୁ ମାନେ ,କୁମାରୀ ମାନଙ୍କୁ ଦାନ ଦେଇ ଆଶୀର୍ବାଦ ସାଉଁଟି ଥାଆନ୍ତି।ଖାତା,କଲମ,ଚକଲେଟ,ବିଭିନ୍ନ ପ୍ରକାର ଖାଦ୍ୟ, ଟଙ୍କା ଆଦି କୁମାରୀମାଙ୍କୁ ଦାନ କରି ସେମାନଙ୍କ ପାଦ ସ୍ପର୍ଶ କଲେ ମନ ସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବାଇଟ - ଯୋଗେନ୍ଦ୍ର ଅଗ୍ରୱାଲ,ଶ୍ରାଢାଳୁ।
ବାଇଟ - ଅନୁସୟା ସ୍ୱାଇଁ ,ଶ୍ରାଢାଳୁ।

Conclusion:ପୌରାଣିକ କଥା ଅନୁଯାୟୀ ମହାଷ୍ଟମୀ ରେ ପ୍ରତାପ ଦୈତ୍ୟ ମହିଷାସୁର କୁ ବଦ୍ଧ କରିବା ପରେ ନବମୀ ଦିନ ମାଆ ଦେବ ଓ ନର ଲୋକଙ୍କୁ ସିଦ୍ଧି ପ୍ରଦାନ କରିଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.