ETV Bharat / state

ଘୋଷଯାତ୍ରା ପାଇଁ ପୁରୀକୁ ଗଡ଼ିବ 200 ବସ୍ - ଘୋଷଯାତ୍ରା

ରଥଯାତ୍ରା ପାଇଁ ପରିବହନ ବିଭାଗ ପୁରୀକୁ ଯୋଗାଇଦେବ 200 ବସ । ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇଦେବା ପାଇଁ ବୈଠକରେ ସ୍ଥିର କରିଛି ରାଜ୍ୟ ପରିବହନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 10, 2019, 6:53 PM IST

Updated : Jun 10, 2019, 8:04 PM IST

କଟକ: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ବାକି ରହିଛି ଆଉ ମାତ୍ର 24 ଦିନ । ଏଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ପରିବହନ ବିଭାଗ ସମସ୍ତେ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ସମୀକ୍ଷା ମଧ୍ୟ ଶେଷ ପର୍ଯ୍ୟାୟରେ । ରଥଯାତ୍ରା ଠୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୁରୀକୁ ପରିବହନ ବିଭାଗ ଯୋଗାଇଦେବ ସ୍ବତନ୍ତ୍ର 200 ବସ୍ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରଥଯାତ୍ରା, ବାହୁଡ଼ାଯାତ୍ରା ଓ ସୁନାବେଶକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ଛୁଟି ଆସୁଥିବା ଭକ୍ତ କିପରି ସୁରୁଖୁରୁରେ ଦର୍ଶନ କରି ଫେରିବେ ସେଥିପାଇଁ ପ୍ରଶାସନ ନେଇଛି ଏପରି ନିଷ୍ପତ୍ତି । ଏଥିସହିତ ଯାତ୍ରୀମାନଙ୍କ ସୁରକ୍ଷା ଓ ଦାଦାବଟି ଉପରେ ମଧ୍ୟ ପୋଲିସ ପକ୍ଷରୁ ଅଧିକ ନଜର ରଖାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ଯାତ୍ରା ସମୟରେ କୌଣସି ବସ ନିର୍ଦ୍ଧାରିତ ଭଡା ଠାରୁ ଅଧିକା ଭଡା ନେଇପାରିବେ ନାହିଁ । ସମସ୍ତ ବସରେ ରେଟ୍‌ଚାର୍ଟ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ପୁରୀ ଆରଟିଓଙ୍କୁ ଅଧିକ ଏନଫୋରସ୍‌ମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଯୋଗାଇ ଦିଆଯାଇଥିବା କହିଛନ୍ତି ପରିବହନ କମିଶନର ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୋମବାର କଟକରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ବୈଠକରେ କେନ୍ଦ୍ରାଞ୍ଚଳ ଆର.ଡି.ସି ତଥା ପରିବହନ କମିଶନର, ପୁରୀ ଏସ.ପି, ଭୂବନେଶ୍ୱର,କଟକ,ପୁରୀ ଆର.ଟି.ଓ ,ଏମ.ଭି.ଆଇ ଓ ରାଜ୍ୟ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jun 10, 2019, 8:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.