ETV Bharat / state

Harassment Case: କୁଆଡେ ଗଲେ ସୌରୀନ ଭଟ୍ଟ? ସୁପ୍ରିମକୋର୍ଟ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ !

author img

By ETV Bharat Odisha Team

Published : Nov 2, 2023, 1:10 PM IST

ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ମାମଲା । ଏବେ ସୁଦ୍ଧା ଧରା ପଡିନାହାନ୍ତି ସୌରୀନ । ତେବେ ସେ ପୋଲିସକୁ ଅସହଯୋଗ କରୁଥିବାରୁ ଏବେ ତାଙ୍କ ଗିରଫ ସୁନିଶ୍ଚିତ ଏବଂ ସୁପ୍ରିମକୋର୍ଟ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ । ଅଧିକ ପଢନ୍ତୁ

କୁଆଡେ ଗଲେ ସୌରୀନ ଭଟ୍ଟ? ସୁପ୍ରିମକୋର୍ଟ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ!

କଟକ: କୁଆଡେ ଗଲେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ? ଜାଣି ଶୁଣି କେଉଁଠି ଲୁଚିଛନ୍ତି କି ସୌରୀନ ? କମିଶନରେଟ ପୋଲିସ ଅନେକ ଖୋଜାଖୋଜି କରିବା ସତ୍ତ୍ୱେ ମିଳୁ ନାହାନ୍ତି ସୌରୀନ। ସବୁଠାରୁ ବଡ଼ କଥା ହେଉଛି ସୌରୀନଙ୍କ ବିରୋଧରେ ପୋଲିସ NBW ଆବେଦନ କରିବା ପର ଠାରୁ ତାଙ୍କ ପାଇଁ ଅଡ଼ୁଆ ବଢିବାର ଲାଗିଛି । ଏଥିସହ ପୂର୍ବରୁ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦ ଖାରଜ କରିଦେଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ପୋଲିସକୁ ଅସହଯୋଗ କରୁଥିବା ନେଇ ସେ ଏବେ ଗିରଫ ହେବା ଏକ ପ୍ରକାର ସୁନିଶ୍ଚିତ । ସୁପ୍ରିମକୋର୍ଟ ହିଁ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ହାଇକୋର୍ଟ ଆଇନଜୀବୀ ଆଲୋକ ମହାପାତ୍ର ।

ବିଶେଷକରି ସୌରୀନଙ୍କୁ ପୋଲିସ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ବେଳେ କିନ୍ତୁ ଧରା ପଡୁନାହାନ୍ତି ସୌରୀନ । ଯଦିଓ ସୌରୀନଙ୍କ ବିରୁଦ୍ଧରେ ଲୁକ୍‌ଆଉଟ୍ ସର୍କୁଲାର୍ ଜାରି କରିଛି କଟକ କମିଶନରେଟ ପୋଲିସ । ଏତେ ଦିନ ପରେ ବି ସୌରୀନ କେଉଁଆଡ଼େ ଲୁଚିଛନ୍ତି ଏବଂ ଧରାପଡୁନାହାନ୍ତି । ଯାହାକି ସୌରୀନଙ୍କ ପାଇଁ ଅଧିକ ଅଡ଼ୁଆ ଆହୁରି ବଢିବାରେ ଲାଗିଛି ଆଇନଜୀବୀ ଆକଳନ କରିଛନ୍ତି ।

ଆଇନ୍‌ର ଜାଲରୁ ବି ସେ ଖସି ଯିବା ସମ୍ଭବପର ନୁହେଁ । କାରଣ ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରି ଦେଇଛନ୍ତି । ସେହିପରି ପୋଲିସକୁ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସେ କୋର୍ଟଙ୍କ ସର୍ତ୍ତ ବି ଉଲଂଘନ କରିଛନ୍ତି । ଫଳରେ ତାଙ୍କ ପାଇଁ ଆଉ କୌଣସି ଆଇନର ବାଟ ନଥିବା ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ର କହିଛନ୍ତି । ସେହିପରି ସର୍ବୋଚ୍ଚ ଅଦାଲତ ଅର୍ଥାତ ସୁପ୍ରିମକୋର୍ଟ ତାଙ୍କ ପାଇଁ ଏକମାତ୍ର ବିକଳ୍ପ ବୋଲି ଆଇନଜୀବୀ କହିଛନ୍ତି । କହିବାକୁ ଗଲେ ଏପରିକି ସୌରୀନ ବନ୍ଧା ହେବା ଏକପ୍ରକାର ସୁନିଶ୍ଚିତ ବୋଲି ଆଇନଜୀବୀ କହିଛନ୍ତି ।

ସୌରୀନଙ୍କ ବିରୋଧ ରେ କାହିଁକି ଲୁକ ଆଉଟ ସରକୁଲାର ଜାରି କଲା ପୋଲିସ ?

ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ସୌରୀନ ତଦନ୍ତରେ ସହଯୋଗ ନକରିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ହାଇକୋର୍ଟରେ ଆଗୁଆ ଜାମିନ ଖାରଜ କରିବା ପରେ ତଦନ୍ତରେ ସହଯୋଗ କରୁ ନାହାନ୍ତି ସୌରୀନ । ଏପରିକି ତାଙ୍କୁ ଖୋଜିବାକୁ ଏକ ପୋଲିସ ଟିମ୍‌ କଲିକତା ଯାଇଥିବା ବେଳେ ଖାଲି ହାତରେ ଫେରିଥିଲା ପୋଲିସ । ସୌରୀନଙ୍କୁ ଖୋଜିବାକୁ କଲିକତାର ତିନୋଟି ସ୍ଥାନରେ ପୋଲିସ ପ୍ରୟାସ କରିଥଲେ ବି ସୌରିନ୍ ଙ୍କ ଦେଖା ମିଳିନଥିଲା । ତେବେ ବାଧ୍ୟହୋଇ ପୋଲସ ଏପରି ପଦକ୍ଷେପ ନେଇଥିବା କଟକ ଡିସିପି କହିଛନ୍ତି । ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ NBW ଇସ୍ୟୁ କରାଯିବ ବୋଲି କଟକ ଡିସିପି ଚେତାବନୀ ଦେଇଛନ୍ତି । ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ସୌରୀନ କୌଣସି ସହଯୋଗ କରୁନଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ।

ସୌରୀନଙ୍କ ବିରୋଧ ରେ କଣ ସବୁ ଅଭିଯୋଗ ରହିଛି ?
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଥାନାରେ ହାଜର ହେଵା ସମୟରେ ସୌରୀନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ସୌରୀନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ନେଣଦେଣ ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ସୌରୀନଙ୍କ ୧୬୧ ଧାରାରେ ଵୟାନ ରେକର୍ଡ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସୌରୀନଙ୍କ ବିରୋଧରେ କାହିଁକି NBW ଇସ୍ୟୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା ପୋଲିସ ?

ଏହା ପରେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ମିଳିଥିଲା ଆଶ୍ୱସ୍ତି । ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ସୌରୀନ । ଯାହାପରେ ଆଗୁଆ ଜାମିନକୁ ଖାରଜ କରିଥିଲେ ହାଇକୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.