ETV Bharat / state

'ପରୀ' ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୌମ୍ୟରଞ୍ଜନ - High Court

ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି।

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୌମ୍ୟରଞ୍ଜନ
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୌମ୍ୟରଞ୍ଜନ
author img

By

Published : Nov 27, 2020, 10:22 PM IST

କଟକ: ନୟାଗଡର ବହୁଚର୍ଚ୍ଚିତ 'ପରୀ' ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ଏଥିରେ ଆସିଛି ନୂଆମୋଡ । ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି।

'ପରୀ' ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ । ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ଦର୍ଶାଇଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ, ତାଙ୍କୁ ଓ ପରିବାରରକୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଉ।

ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ପୋଲିସ ଡିଜି, ନୟାଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନୟାଗଡ଼ ଏସପି, ନୟାଗଡ଼ ସଦର ଥାନା ଆଇଆଇସି, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ମଧ୍ୟରେ ହୋଇଥିବା ଏକ ଅଡିଓ ରେକର୍ଡିଂ ନିକଟରେ ଭାଇରାଲ ହୋଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.