ETV Bharat / state

IND vs SA T-20: ବାରବାଟୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୬୨ ପ୍ଲାଟୁନ ପୋଲିସ

author img

By

Published : Jun 10, 2022, 9:05 PM IST

ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଭାରତ ଟି-୨୦ ପାଇଁ ମୁତୟନ ହେବେ ୬୨ ପ୍ଲାଟୁନ ଫୋର୍ସ । ଅଧିକ ପଢନ୍ତୁ

IND vs SA T20: ବାରବାଟୀରେ ସୁରକ୍ଷା ଦାୟିତ୍ବରେ ରହିବେ ୬୨ ପ୍ଲାଟୁନ ପୋଲିସ

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ସୁରକ୍ଷା ବ୍ୟବସ୍ଥା ଲାଗି ଷ୍ଟାଡ଼ିୟମରେ ୬୨ ପ୍ଲାଟୁନ ପୋଲିସ ମୁତୟନ ହେବେ । କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ପୋଲିସ ଅଧିକାରୀଙ୍କୁ ସେମାନଙ୍କର ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

ବିଶେଷକରି ମ୍ୟାଚ ଦିନ କିପରି ସମସ୍ତ ପୋଲିସ ଅଧିକାରୀ ସେମାନଙ୍କ କାର୍ଯ୍ୟ ସଠିକ ଭାବରେ କରିବା ସହ କେଉଁ କେଉଁ ସ୍ଥାନରେ ଡ୍ୟୁଟି କରିବେ ସେନେଇ ଆଲୋଚନା କରାଯାଇଛି । ତେବେ ମ୍ୟାଚ ଦିନ କଟକରେ ୬୨ ପ୍ଲାଟୁନ ପୋଲିସ ଫୋର୍ସ , ୩ ଡିସିପି, ୭ ଜଣ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନିସପେକ୍ଟର, ୨୮୦ ଜଣ ଅଫିସର, ୨୧ ଜଣ ହାବିଲଦାରଙ୍କୁ ଦାୟିତ୍ବ ଦିଆଯାଇଛି ।

ଏହା ବି ପଢନ୍ତୁ- IND VS SA: ଦ୍ବିତୀୟ ଟି୨୦ ମ୍ୟାଚ୍‌ ପାଇଁ ପ୍ରସ୍ତୁତ ବାରବାଟୀ

ଏହାସହ ୨୭୬ ଜଣ କନେଷ୍ଟବଳ, ୧୭୫ ଜଣ ଗୃହରକ୍ଷୀ ଓ ୪୧ ଜଣ ମହିଳା କନେଷ୍ଟବଳଙ୍କୁ ମୁତୟନ କରାଯିବ ବୋଲି କମିଶନର କହିଛନ୍ତି । ସେହିପରି ଖେଳାଳି ମାନଙ୍କ ସୁରକ୍ଷା ପାଇଁ ଭୁବନେଶ୍ବର ଡିସିପିଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଭୁବନେଶ୍ବରରୁ କଟକ ଯିବାଆସିବା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.