କଟକ: ନିଜ ମନ୍ତ୍ରମୁଗ୍ଧ ସ୍ବରରେ ପ୍ରଥମ ଥର ଷ୍ଟୁଡିଓରେ ରେକର୍ଡିଂ କଲେ ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡା ଗ୍ରାମ ର ନମିତା ମେଲେକା । ଗୀତିକାର ବିଜୟ ମଲ୍ଲ ଙ୍କ ଲେଖା ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ନମିତା ଜଗନ୍ନାଥଙ୍କ ଭଜନ(ଟାଇଟଲ କୁଇ ଭାଷାରେ ନିନୋନା ଜିୟୁତି ଜୀବନ) ରୁ କ୍ୟାରିଅର ଆରମ୍ଭ କରିଛନ୍ତି ।
ସେ ଗାଇଥିବା କୁଇ ସହ ଓଡିଆ ଏବଂ ହିନ୍ଦୀ ଗୀତ ସୋସିଆଲ ମିଡିଆରେ ଭାଇରାଲ ପରେ ତାଙ୍କ ପାଖକୁ ଛୁଟିଥିଲା ପ୍ରଶଂସାର ସୁଅ । ଆଉ ତାଙ୍କର ଏହି ଯାଦୁଗରୀ କଣ୍ଠକୁ ହୃଦୟଙ୍ଗମ କରି ଓଲିଉଡ କୁଇନ ବର୍ଷାପ୍ରିୟଦର୍ଶିନୀ ତାଙ୍କୁ ପ୍ରଂଶସା କରିବା ସହ ଏହି ସ୍ବରରେ ଏକ ଜଗନ୍ନାଥ ଭଜନ ରେକର୍ଡିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ସେ ଆଜି ସେ ଦିନ ଆସିଛି । ଯାହାକୁ ନେଇ ନମିତା ଖୁସି ଜାହିର କରିବା ସହ ବର୍ଷାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନମିତାଙ୍କ ଏଭଳି ସ୍ୱର ହେଉଛି ନିଆରା । ଏଇଥିପାଇଁ ଆଜି ଆଦିବାସୀ ଅଞ୍ଚଳର ଯାଦୁଗରୀ ସ୍ୱରାଙ୍ଗିନୀ ଭାବେ ସେ ଓଡିଶାର ପୂର ପଲ୍ଲୀରେ ପରିଚିତ । ତେବେ ସେ ଏତେ କମ ବୟସ ରେ ସ୍ୱର ଓ ତାଳକୁ କୁ ଆପଣାଇବା ଓ ପ୍ଲେ ବ୍ୟାକ ଗୀତ ଗାଇବା ଏକ ସ୍ଵତନ୍ତ୍ର ବୋଲି କହିଛନ୍ତି ଗୀତକକାର ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମା ଆନନ୍ଦ ।
ପଢନ୍ତୁ: ସାକାର ହେବ ଆଦିବାସୀ ଝିଅ ନମିତାଙ୍କ ସ୍ବପ୍ନ, ସଙ୍ଗୀତ ଶିଖିବାକୁ ଯିବେ ରାଜଧାନୀ
ମିଠା ସ୍ବରରେ ପାରମ୍ପରିକ ଲୋକକଳାର ବାସ୍ନା ନେଇ ଶ୍ରୋତାଙ୍କୁ ମତୁଆଲା କରି ରଖିଥିବା ନମିତାଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ । ଏଣୁ ତାଙ୍କୁ ନିଜର ସଙ୍ଗୀତ ସାଧନା ଜାରି ରଖିବା ପାଇଁ ଯଦି ଆହୁରୀ ପ୍ରୋତ୍ସାହନ ମିଳେ ତେବେ , ସେ ନିଜ ମନ୍ତ୍ରମୁଗ୍ଧ ସ୍ବରକୁ ରାଜ୍ୟ ସମେତ ଜାତୀୟ ସ୍ତରରେ ପରିଚୟ ଦେଇପାରିବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ