ETV Bharat / state

Hockey World Cup: ସିଲଭରସିଟିରେ ହେବ ଉଦଘାଟନୀ ସମାରୋହ, ପ୍ରତି ୱାର୍ଡରେ ଚାଲିଛି ସେଲିବ୍ରେସନ - ପୁରୁଷ ହକି ବିଶ୍ବକପ ୨୦୨୩

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନୀ ଉତ୍ସବ (FIH Men's Hockey World Cup) କଟକରେ ଅନୁଷ୍ଠିତ ହେବ । ଏଥିଲାଗି ସିଲଭରସିଟିରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହେଉଥିବା ବେଳେ ସେଲିବ୍ରେସନ ଏବେଠୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

FIH Men Hockey World Cup
FIH Men Hockey World Cup
author img

By

Published : Jan 9, 2023, 8:39 PM IST

ସିଲଭରସିଟିରେ ହେବ ଉଦଘାଟନୀ ସମାରୋହ

କଟକ: ଆସନ୍ତା ବୁଧବାର ଦିନ ଆର୍ଥତ ୧୧ ତାରିଖରେ ବାରବାଟୀ ଷ୍ଟାଡିୟମ (FIH Men's Hockey World Cup)ରେ ହକି ବିଶ୍ବକପ ପାଇଁ ଉଦଘାଟନୀ ଉତ୍ସବ (Opening Ceremony)ର ଆୟୋଜନ କରାଯିବ । ଏହା ପୂର୍ବରୁ କଟକରେ ଆରମ୍ଭ ହୋଇଗଲାଣି ସେଲିବ୍ରେସନର ମାହୋଲ । କଟକ ଇନ୍‌ କଟକ (Cuttack in Cuttack)ରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଉଥିବା ବେଳେ ଜିଲ୍ଲାବାସୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ବିଶେଷକରି ସହରର ସମସ୍ତ ୫୯ଟି ୱାର୍ଡରେ ଏନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ତେବେ କଟକ ଇନ କଟକରେ ମହିଳାମାନଙ୍କୁ ନେଇ ଝୋଟି ପକା କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଉଛି । ମହିଳାମାନଙ୍କୁ ସଶକ୍ତିକରଣ କରିବା ସହ ହକି ବିଶ୍ବକପ ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତା କରିବା ଏହାର ମୂଳ ଲକ୍ଷ୍ୟ । କେବଳ ମହିଳା ନୁହଁନ୍ତି ବରଂ କୁନିକୁନି ପିଲାଙ୍କୁ ନେଇ ଡ୍ୟାନ୍ସ ପ୍ରତିଯୋଗିତା କରାଯାଉଛି । ଯଦିଓ ଉଦଘାଟନୀ ମ୍ୟାଚରେ କୃତି ପ୍ରତଯୋଗୀମାନଙ୍କୁ ବର୍ତ୍ତମାନ ପୁରସ୍କୃତ କରାଯିବ ନାହିଁ ପରବର୍ତ୍ତୀ ସମୟରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି ।

ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ବେଶ ଖୁସି ପ୍ରକଟ କରିଛନ୍ତି । ଦିନ ଯେତିକି ପାଖଉଛି ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ନେଇ ଉଷ୍ମତା ସେତିକି ବଢୁଛି । ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହେବାକୁ ଥିବା ହକି ବିଶ୍ବକପ ଉତ୍ସବ ପାଇଁ କମିଶନରେଟ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ସବ ଦିନ ଷ୍ଟାଡିୟମ ବାହାରେ ଓ ଭିତରେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ସହ ମୁତୟନ ହେବେ ୨୦୦ ଅଫିସର । ସେହିଭଳି ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକମାନେ ଖାଦ୍ୟ ପଦାର୍ଥ, ପାଣି ବୋତଲ ନେଇ ପାରିବେନି ଦର୍ଶକ । ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ- Hockey World Cup: କମିଶନରେଟ ପୋଲିସର ଆଇ ଲଭ ହକି ମିନି ମାରାଥନ

ଉତ୍ସବ ଦିନ ସାଧାରଣ ଦର୍ଶକ ପାଇଁ ଦିନ ୨ରୁ ଷ୍ଟାଡିୟମ ଖୋଲା ରହିବ । ତେବେ ଉତ୍ସବରେ ବହୁ ଲୋକ ସମାଗମ ହେବାକୁ ଥିବାରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କଟକ ଡିସିପି କହିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଯେପରି କଡ଼ାକଡ଼ି କରାଯିବ ସେନେଇ ସମସ୍ତ ପ୍ରସ୍ତୁତ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ କଳିଙ୍ଗ ଷ୍ଟାଡିୟମ ଓ ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ନିର୍ମାଣ ହୋଇଥିବା ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୦ହଜାରରୁ ଊର୍ଦ୍ଧ୍ବ ଦର୍ଶକ ବସିବା ପାଇଁ ସ୍ଥିର ହୋଇଛି ।

୨୦୧୮ ମସିହାରେ ଓଡ଼ିଶାରେ ହକିର କ୍ରେଜ ଯେତିକି ରହିଥିଲା ତାହା ୨୦୨୩ରେ ଦ୍ବିଗୁଣିତ ହୋଇଛି । ତେବେ ଆସନ୍ତା ହକି ବିଶ୍ବକପ ବେଶ ଉଚ୍ଚକୋଟୀର ହେବ । ଅନ୍ୟପଟେ ୧୧ ତାରିଖରେ ବାରବାଟୀରେ ଏହି ଉଦଘାଟନୀ ଉତ୍ସଵ ଅନୁଷ୍ଠିତ ହେଵ । ଉଦଘାଟନୀ ଉତ୍ସଵର ପ୍ରସ୍ତୁତି ପାଇଁ ପ୍ରତିଦିନ ସମୀକ୍ଷା କରୁଛି କ୍ରୀଡା ବିଭାଗ । ଷ୍ଟାଡିୟମ ସୌନ୍ଦଯ୍ୟକରଣ, ଟ୍ରାଫିକ ବ୍ୟବସ୍ଥା, ପରିମଳ, ଜଳ ଯୋଗାଣ ଆଦିକୁ ନେଇ ଘନ ଘନ ବୈଠକରେ ଆଲୋଚନା ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.