ETV Bharat / state

ଆଶିଷ ହତ୍ୟାକାଣ୍ଡ ଘଟଣା, ପୋଲିସ ପଞ୍ଝାରେ ତିନି ଅଭିଯୁକ୍ତ

author img

By

Published : Jul 11, 2022, 12:40 PM IST

ବାଲିପାଟଣା ଥାନା ଶିଶିଲୋ ଅଞ୍ଚଳର ଆଶିଷ କୁମାର ଓଝାଙ୍କୁ ହତ୍ୟା ଘଟଣା । ତୃତୀୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଆଶିଷ ହତ୍ୟାକାଣ୍ଡ ଘଟଣା: ପୋଲିସ ପଞ୍ଝାରେ ତିନି ଅଭିଯୁକ୍ତ

ନିଆଳି: ଆଶିଷ ଓଝା ହତ୍ୟା ଘଟଣା । ପୋଲିସ ପଞ୍ଝାରେ ତିନି ଅଭିଯୁକ୍ତ । ଗୁରୁବାର ୨ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ତିନି ଅଭିଯୁକ୍ତ ହେଉଛନ୍ତି ରାଜେଶ ଦାସ, ରାକେଶ ସେଠି ଓ ଦୁର୍ଯ୍ୟୋଧନ ବେହେରା ।

ଏହା ମଧ୍ୟ ପଢନ୍ତୁ:-ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା: ପୂର୍ବ ଶତୃତାରୁ ହତ୍ୟାକାଣ୍ତ !

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଶିଶିଲୋ ଅଞ୍ଚଳର ପ୍ରମୋଦ କୁମାର ଓଝାଙ୍କ ବଡ ପୁଅ ଆଶିଷ କୁମାର ଓଝା (୨୨)ଙ୍କୁ କିଛି ଦୁର୍ବୃତ୍ତ ଗତ ୬ତାରିଖ ରାତିରେ ଘରୁ ଡାକି ନେଇ ହତ୍ୟା କରିଥିଲେ । ଏହାପରେ ମୃତଦେହ ଶିଶୋଲ ବୋଧ ଖଣ୍ତି ବ୍ରିଜ ନିକଟ ଧାନ ବିଲରୁ ଉଦ୍ଧାର କରାଯାଇଥିଲା । ଏନେଇ ପରିବାର ଲୋକେ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଗତ ଗୁରୁବାର ୨ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ଓ ଜଣେ ଫେରାର ହୋଇଯାଇଥିଲା । ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ନିରାଶ ହୋଇଥିଲା । ପରେ ରବିବାର ରାତିରେ ଦୁର୍ଯ୍ୟୋଧନ ଗାଁକୁ ଆସିଥିବା ଖବର ପାଇ ପୋଲିସ ତାକୁ ଗିରଫ କରିଥିଲା । ଆଜି ଡାକ୍ତରୀ ମାଇନା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.