ETV Bharat / state

ଏସ୍‌ଏଚ୍‌ଜି ମହିଳାଙ୍କ ପ୍ରତିବାଦ, ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି

author img

By ETV Bharat Odisha Team

Published : Dec 13, 2023, 10:12 AM IST

Niali SHG Group Protest : ଏସଏଚ୍‌ଜି ମହିଳାଙ୍କ ପ୍ରତିବାଦ । ନିଆଳି ବ୍ଲକ କର୍ଯ୍ୟାଳୟ ଘେରିଲେ ଶତାଧିକ ଏସଏଚ୍‌ଜି ମହିଳା । ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି । ଅଧିକ ପଢ଼ନ୍ତୁ

ଏସଏଚ୍‌ଜି ମହିଳାଙ୍କ ପ୍ରତିବାଦ
ଏସଏଚ୍‌ଜି ମହିଳାଙ୍କ ପ୍ରତିବାଦ
ଏସଏଚ୍‌ଜି ମହିଳାଙ୍କ ପ୍ରତିବାଦ

ନିଆଳି: ନିଆଳି ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ.ଏଚ.ଜି ଗ୍ରୃପର ଶତାଧିକ ମହିଳାଙ୍କ ଧାରଣା । ସଭାନେତ୍ରୀ ଓ ସମ୍ପାଦକ ପରିବର୍ତ୍ତନ ନେଇ ଧାରଣା ଦେଇଛନ୍ତି ମହିଳା। ତେବେ ସମସ୍ୟା ସମାଧାନ ନହେଲା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଏସଏଚଜି ମହିଳା ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକ ପୂର୍ବଖଣ୍ତ ଗ୍ରାମର ତୋଟା ସାହି ଓ କୁଆଁରୀ ସାହିରେ ୧୧ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ତେବେ ଏହି ୧୧ଟି ମହିଳା ଏସ୍‌ଏଚ୍‌ଜି ଗ୍ରୁପକୁ ନେଇ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି ହେବା କଥା । ‌କିନ୍ତୁ ୧୧ଟି ଏସଏଚଜି ମହିଳା ଗ୍ରୁପ ମଧ୍ୟରୁ ୧୦ ଟି ଗ୍ରୁପକୁ ଅନ୍ଧାର ରଖି ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଧାରଣାରତ ୧୦ଟି ଗ୍ରୁପର ମହିଳା ଗୋଷ୍ଠୀ।‌ ଏନେଇ ନିଆଳି ବ୍ଳକ ବିଡ଼ିଓ ଓ ସିଡିପିଓଙ୍କୁ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ନେଇ ବହୁ ପୂର୍ବରୁ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ।

ଏହା ମଧ୍ୟ ପଢନ୍ତୁୃ-ପୋଲିସ ତୁଳନରା ଦରମାରେ ପାର୍ଥକ୍ୟ: ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ଏହା ମଧ୍ୟ ପଢନ୍ତୁ- ମଦ ଟଙ୍କା ଜବତ ଘଟଣା: ଗଞ୍ଜାମରେ ବିଜେଡି ସରକାର ବିରୋଧରେ ଗର୍ଜିଲା ବିଜେପି

ଏନେଇ କୁଆଁରୀ ସାହିର ୧୦ ଟି ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ଶତାଧିକ ମହିଳାମାନେ ନିଆଳି ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି କରିଛନ୍ତି । ତେବେ ଧାରଣାସ୍ଥଳକୁ ନିଆଳି ବ୍ଳକର ଅତିରିକ୍ତ ବିଡ଼ିଓ ପଲ୍ଲବୀ ରାଉତ,ସଦର ଏସଡିପିଓ ସୁଭ୍ରାଂଶୁ ଶେଖର ପରିଡା ପ୍ରମୁଖ ପହଞ୍ଚି ଆଲୋଚନା କରିବା ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।‌

ଏନେଇ ନିଆଳି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉଲ୍ଲାସ କୁମାର ସେଠି କହିଛନ୍ତି, "ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ସମସ୍ୟା ସମ୍ପର୍କରେ ନିଆଳି ବ୍ଳକ ପ୍ରଶାସନଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ଫଇସଲା ହେବା କଥା କିନ୍ତୁ ଫଇସଲା ନ ହେବା କାରଣରୁ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଧାରଣା ଦେଇଥିଲେ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.