ETV Bharat / state

ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ

author img

By

Published : Apr 8, 2023, 4:32 PM IST

ଅଷ୍ଟପହରୀ ଭୋଜି ଖାଇ ଶତାଧିକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ । ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କଲେ ପରିଜନ । ଖାଦ୍ୟର ଯାଞ୍ଚ ପାଇଁ ଏକ ଟିମ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ
ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ
ଅଷ୍ଟପ୍ରହରୀ ପ୍ରସାଦ ହେଲା ବିଷାକ୍ତ ଖାଦ୍ୟ, ଶତାଧିକ ଅସୁସ୍ଥ

କଟକ: ଗାଁରେ ବେଶ ଧୁମଧାମରେ ଚାଲିଥିଲା ଅଷ୍ଟପ୍ରହରୀ କାର୍ଯ୍ୟକ୍ରମ । ଅଷ୍ଟପ୍ରହରୀ ପରେ ଗାଁରେ ଆୟୋଜିତ ହୋଇଥିଲା ଭବ୍ୟ ଭୋଜି। ଭୋଜିରେ ଯୋଗ ଦେଇଥିଲେ ଗାଁ ଲୋକେ । ହେଲେ ଭୋଜି ଖାଇବା ପରେ ଅସୁସ୍ଥ ହୋଇଯାଛନ୍ତି ଗାଁର ଶତାଧିକ ଲୋକ । ଏପରି ଅଘଟଣ ଘଟିଛି କଟକ ସାଲେପୁରର ରାଇସୁଙ୍ଗୁଡା ଅଞ୍ଚଳରେ । ଅଷ୍ଟପହରୀ ଭୋଜି ଖାଇ ଶତାଧିକ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ଘଟିବା ପରେ ନିକଟସ୍ଥ ସରକାରୀ ଏବଂ ବେସରକାରୀ ବିଭିନ୍ନ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ଶତାଧିକ ଲୋକେ ।

ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ରାଇସୁଙ୍ଗୁଡା ନିକଟ ଦାରିଆପୁରରେ ଏକ ଅଷ୍ଟପ୍ରହରୀ ଭୋଜି ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀ ଭୋଜି ଖାଇ ପରେ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଅନେକ ଗ୍ରାମବାସୀ ଝାଡ଼ା ବାନ୍ତିରେ ଅକ୍ରାନ୍ତ ହୋଇଥିଲେ । ପରେ ଅସୁସ୍ଥଙ୍କୁ ନିକଟସ୍ଥ ସାଲେପୁର ନିଶ୍ଚିନ୍ତ କୋଇଲି, ରାଇସୁଙ୍ଗୁଡା, ମାହାଙ୍ଗା, ଆଦି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି ।

ଖାଦ୍ୟରେ କୌଣସି ତ୍ରୁଟି କାରଣରୁ ଏଭଳି ହୋଇଥିବା କହିଛନ୍ତି ରୋଗୀ ଓ ସମ୍ପର୍କୀୟ । ଅନ୍ୟପଟେ ଚିକିତ୍ସା ପାଇବା ପରେ ଅନେକ ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହି ଘଟଣା ଚହଳ ସୃଷ୍ଟି କରିଛି । ଏହା କଟକ ଜିଲ୍ଲାରେ ପ୍ରଥମେ ନୁହେଁ ବରଂ ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥଲା ଯେଉଁଥିରେ 50ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଷାକ୍ତ ଖାଦ୍ୟ ଖାଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ତେବେ ଗତକାଲି(ଶୁକ୍ରବାର) ଯେଉଁ ଘଟଣା ହୋଇଛି ତାହା ଅତ୍ୟନ୍ତ ଚିନ୍ତାର କାରଣ । ରୋଗୀଙ୍କ କହିବାନୁସାରେ, 300ରୁ ଲୋକେ ଏହି ବିଷାକ୍ତ ଖାଦ୍ୟ ଖାଇଛନ୍ତି । ଏହାପରେ ଘରକୁ ଯିବା ପରେ ପ୍ରଭାବ ଆରମ୍ଭ ହେବା ପରେ ବାରମ୍ବାର ବାନ୍ତି ଓ ଝାଡା ହେଲା ପରେ ପ୍ରାୟତଃ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିଲା । ତେବେ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଖାଦ୍ୟରେ କିଛି ବିଷାକ୍ତ ଜିନିଷ ପଡିଥିଲା ଯାହାଫଳରେ ସମସ୍ତଙ୍କ ଏଭଳି ଅବସ୍ଥା ହୋଇଛି ।

ତେବେ ଏହି ଦିଗରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ନଜର ଦେଇଛି । ଯେଉଁ ଖାଦ୍ୟ ଯୋଗୁ ଏଭଳି ଘଟଣା ଘଟିଛି ସେହି ଖାଦ୍ୟର ଯାଞ୍ଚ ପାଇଁ ଏକ ଟିମ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଏପରି ଘଟିଛି ତାହା ଏଯାବତ ଜଣାପଡିନି । କିନ୍ତୁ ବର୍ତ୍ତମାନ ଅନେକ ମହିଳା ଓ ପୁରୁଷ ସୁସ୍ଥ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.