ETV Bharat / state

ସିଲଭରସିଟିରେ ସାଇକୋ କିଲର, ଚିନ୍ତାରେ କମିଶନରେଟ ପୋଲିସ - କଟକ

ତିନି ଦିନରେ ତିନି ଶ୍ରମିକଙ୍କ ହତ୍ୟା ବଢାଇଛି କମିସନରେଟ ପୋଲିସର ଚିନ୍ତା । କିଏ ସେ ସାଇକୋ କିଲର ଯିଏ ହତ୍ୟା କରୁଛି କେବଳ ଶ୍ରମିକଙ୍କୁ । ଏନେଇ ଏବେ ପୋଲିସ ଆରମ୍ଭ କରି ଦେଇଛି ନାଇଟ ଅପରେସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 25, 2019, 6:41 PM IST

କଟକ: ସିଲଭରସିଟିରେ ମାତିଛି ସାଇକୋ କିଲର, ଆଉ ଟାର୍ଗେଟରେ କେବଳ ଶ୍ରମିକ । ଗତ 2 ଦିନରେ ଗଡ଼ିଲାଣି 3ଟି ମୁଣ୍ଡ । ତେବେ ଏପରି ଘଟଣା କମିଶନରେଟ ପୋଲିସର ହଜାଇ ଦେଇଛି ନିଦ । ସେଥିପାଇଁ ନାଇଟ ଅପରେସନରେ ରାତି ତମାମ ସହରର ଗଳିକନ୍ଦିରେ ପଇଁତରା ମାରୁଛି ପୋଲିସ ।

ବାଉନ ବଜାର ତେପନ ଗଳିରେ କୋକୁଆ ଭୟ । ସାଇକୋ କିଲର ଫୁଟପାଥରେ ଖେଳୁଛି ରକ୍ତର ହୋଲି । ଯାହାକୁ ନେଇ ସହରବାସୀଙ୍କ ମନରେ ପଶିଛି ଛନକା । କିଏ ସେ ? ଆଉ କେଉଁ ଉଦେଶ୍ୟରେ ଏପରି କାଣ୍ଡ ଭିଆଉଛି । ସେପଟେ ଘଟଣା ନେଇ କମିଶନରେଟ ପୋଲିସର ମଧ୍ୟ ବଢ଼ିଛି ମୁଣ୍ଡବ୍ୟଥା। ଏପରି ଘଟଣା ପୁନର୍ବାର ନହେବାପାଇଁ ସହରରେ ସୁରକ୍ଷା ବଳୟ ନିର୍ମାଣ କରିଛି କମିଶନରେଟ ପୋଲିସ । ଯାହା ଉପରେ ବି ସନ୍ଦେହ ହେଉଛି ତାକୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ କମିଶନରେଟ ପୋଲିସକୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ସହରର କିଛି ସମାଜସେବୀ ଓ ଯୁବକ । ରାତି ତମାମ ପୋଲିସ ସହ ରହି ଅପରାଧିକୁ ଖୋଜିବାରେ ସାହାଯ୍ୟ କରୁଛନ୍ତି ଏମାନେ। ତେବେ ଯେ ପର୍ଯ୍ୟନ୍ତ ଏହି ଘଟଣାର ଅପରାଧୀକୁ ଗିରଫ ନ କରାଯାଇଛି ସେ ପର୍ଯ୍ୟନ୍ତ ରାତିରେ ଶାନ୍ତିରେ ନିଶ୍ୱାସ ନେବୁ ନାହଁ ବୋଲି କହିଛନ୍ତି ସମାଜସେବୀ। ତେବେ ପ୍ରଶ୍ନ ଉଠୁଛି କମିଶନରେଟ ପୋଲିସର ନିର୍ମାଣ ହୋଇଥିବା ମେଗା ସୁରକ୍ଷା ବଳୟ ମଧ୍ୟରେ କେବେ ଛନ୍ଦିହେବ ସାଇକୋ କିଲର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ମାତିଛି ସାଇକୋ କିଲର । ଟାର୍ଗେଟ ରେ ଶ୍ରମିକ । ଗତ 2 ଦିନ ରେ ଗଡ଼ିଲାଣି 3 ଟି ମୁଣ୍ଡ । ତେବେ ଏପରି ଘଟଣା କମିଶନରେଟ ପୋଲିସ ର ହଯାଇଦେଇଛି ନିଦ । ସେଥିପାଇଁ ନାଇଟ ଅପରେସନ ରେ ରାତି ତମାମ ସହର ର ଗଳିକନ୍ଦି ରେ ପଇଁତରା ମାରୁଛି କମିଶନରେଟ ପୋଲିସ ।

Body:ଭିଓ୧: ବାଉନ ବଜାର ତେପନ ଗଳି ରେ କୋକୁଆ ଭୟ । ସହର ରେ ମାତିଛି ସାଇକୋ କିଲର । ଫୁଟପାତ ରେ ଖେଳୁଛି ରକ୍ତ ର ହୋଲି । ଜହାକୁ ନେଇ ସହରବାସୀଙ୍କ ମନରେ ପଶିଛି ଛନକା । କିଏ ସେ ? ଆଉ କେଉଁ ଉଦେଶ୍ୟ ରେ ଏପରି କାଣ୍ଡ ବିହାଉଛି । ଯାହାକୁ ନେଇ ଚିନ୍ତା ରେ କମିଶନରେଟ ପୋଲିସ । ସେଥିପାଇଁ ରାତି ତମାମ ସହର ର ଗଳି କାନ୍ଦି ଓ ଜନସାମୁହିକ ସ୍ଥାନ ରେ ପଇଁତରା ମାରୁଛି କମିସନରେଟ ପୋଲିସ । ଏପରି ଘଟଣା ପୁନର୍ବାର ନହେବାପାଇଁ ସହର ରେ ସୁରକ୍ଷା ବଳୟ ନିର୍ମାଣ କରିଛି କମିଶନରେଟ ପୋଲିସ । ଯାହା ଉପରେ ବି ସନ୍ଦେହ ଆସୁଛି ତାକୁ ନିଜ ହେପାଜତ କୁ ନେଇ ପଚରାଉଚୁରା ଜାରି ରଖିଛି ।

ବାଇଟ: ଅଖିଳେସ୍ୱର ସିଂ ( କଟକ ଡିସିପି )

ଭିଓ2: ଅନ୍ୟପଟେ କମିଶନରେଟ ପୋଲିସ କୁ ସାହାଯ୍ୟ କରିବା ଅଣ୍ଟା ଭିଡିଛନ୍ତି ସହର ର କିଛି ସମାଜ ସେବୀ ଓ ଯୁବକ । ରାତି ତମାମ ପୋଲିସ ସହ ରହି ଅପରାଧି କୁ ଖୋଜିବାରେ ସାହାଯ୍ୟ ଜାରି ରଖିଛନ୍ତି ଏମାନେ । ତେବେ ଯେ ପର୍ଯ୍ୟନ୍ତ ଏହି ଘଟଣା ର ଅପରାଧି କୁ ଗିରଫ ନ କରାଯାଇଛି ସେ ପର୍ଯ୍ୟନ୍ତ ରାତି ରେ ଶୋଇବା କଣ ଭୁଲି ଯିବୁ ବୋଲି କହିଛନ୍ତି ସମାଜସେବୀ ।

ବାଇଟ: ଜଗନ୍ନାଥ ପ୍ରସାଦ ମହାନ୍ତି ( ସମାଜସେବୀ )Conclusion:ଫାଭିଓ: ତେବେ ପ୍ରଶ୍ନ ଉଠୁଛି କମିଶନରେଟ ପୋଲିସ ର ନିର୍ମାଣ ହୋଇଥିବା ମେଗା ସୁରକ୍ଷା ବଳୟ କେବେ ସାଇକୋ କିଲର କୁ ଗିରଫ କରିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.