ETV Bharat / state

ଦେଶଦ୍ରୋହ ମାମଲାରେ ଗିରଫ ସାଲେପୁର ଯୁବକକୁ 4 ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନେଲା ୟୁପି ପୋଲିସ

author img

By

Published : Sep 4, 2020, 1:12 PM IST

Updated : Sep 4, 2020, 5:34 PM IST

ଦେଶଦ୍ରୋହ ମାମଲାରେ ସାଲେପୁର ଯୁବକ ଗିରଫ ଘଟଣା । ଟ୍ରାନଜିଟ୍‌ ରିମାଣ୍ଡରେ ନେଲା ଉତ୍ତରପ୍ରଦେଶ ପୋଲିସ । ଅଧିକ ପଢନ୍ତୁ...

ଦେଶଦ୍ରୋହ ମାମଲାରେ ସାଲେପୁର ଯୁବକ ଗିରଫ ଘଟଣା: ଟ୍ରାନଜିଟ୍‌ ରିମାଣ୍ଡ ଆବେଦନ କରିବ ୟୁପି ପୋଲିସ

କଟକ: ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଓ ଧମକ ଦେବା ମାମଲାରେ ଗିରଫ ଅଭିଯୁକ୍ତ ସୟଦ ଅହମଦ ହସନ୍‌କୁ ୟୁପି ନେଇଛି ସ୍ଥାନୀୟ ପୋଲିସ । ହସନ୍ ଅହମଦକୁ ସାଲେପୁର କୋର୍ଟରେ ହାଜର କରିବା ପରେ ୟୁପି ପୋଲିସ ତାକୁ ୪ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନିଜ ସାଥିରେ ନେଇଛି । ତେବେ ନିଜର ଏହି ଆପତ୍ତିଜନକ ଓ ଧମକପୂର୍ଣ୍ଣ ପୋଷ୍ଟ କରିବା ସ୍ବୀକାର କରିଛି ଅଭିଯୁକ୍ତ ଅହମଦ ହସନ । ସେପଟେ ଯଦି ପୁଅ ଦୋଷ କରିଛି ତେବେ ତାକୁ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ହସନ୍‌ର ବାପା ।

ଦେଶଦ୍ରୋହ ମାମଲାରେ ଗିରଫ ସାଲେପୁର ଯୁବକକୁ 4 ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ନେଲା ୟୁପି ପୋଲିସ

ଦେଶଦ୍ରୋହ ମାମଲାରେ ଗିରଫ ହେଲା ସାଲେପୁରର ଏମ.ବି.ଏ ଡିଗ୍ରୀଧାରୀ ସୟବ ଅହମଦ ହସନ । ୟୁପି ଏବଂ ସାଲେପୁର ପୋଲିସ କବଜାରେ ଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି ହସନ୍ ଅହମଦ । ହସନ ଅହମଦ ନାଁରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ୟୁପିର ସିଂହବାଲି ପୋଲିସ ସାଲେପୁର କୁଶମ୍ବୀ ଗାଁରୁ ତାକୁ ଗିରଫ କରିଛି । ତେବେ ନିଜ ଦୋଷ ସ୍ବୀକାର କରିଛି ଅଭିଯୁକ୍ତ ହସନ । କିନ୍ତୁ ଏଥିପାଇଁ ସେ ବିଲକୁଲ ଅନୁତପ୍ତ ନଥିବା ମଧ୍ୟ କହିଛି । ସେପଟେ ପୁଅର ଏହି କର୍ତ୍ତୃତ୍ୱ ପାଇଁ ଅନୁତାପ କରିଛନ୍ତି ତାଙ୍କ ବାପା । ଏହା ସହିତ ଦେଶର ନାଗରିକ ପାଇଁ ଦେଶକୁ ନେଇ ଭୁଲ କଥା କହିବା ଗ୍ରହଣୀୟ ନୁହେଁ ଏବଂ ଭୁଲ ଅଭିଯୋଗ କରିବା ମଧ୍ୟ ଠିକ ନୁହେଁ କହିଛନ୍ତି ହସନର ବାପା ।

ଏକ ନିର୍ଦ୍ଧିଷ୍ଟ କଲେଜରୁ ଏମ.ବି.ଏ ଡିଗ୍ରୀ ହାସଲ କରିଥିବା ଅଭିଯୁକ୍ତ ହସନ ବେଶ କିଛି ବର୍ଷ ଧରି ଗଲ୍ଫ ଦେଶଗୁଡ଼ିକୁ ଶ୍ରମିକ ପଠାଇବା କାର୍ଯ୍ୟ କରୁଥିଲା । ହେଲେ ଗତ ଦୁଇ ବର୍ଷ ଧରି ସେଥିରେ କଟକଣା ଲାଗିବାରୁ ସେ ସାଲେପୁରରେ ଗୋଟିଏ ଛୋଟିଆ ଇଲେକ୍ଟ୍ରିକାଲ ଦୋକାନ କରିଥିଲା । ଅନେକ ସମୟରେ ସେ ସୋସିଆଲ ମିଡିଆରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ବାବଦରେ ଆପତ୍ତିଜନକ ପୋଷ୍ଟ କରିବା ସହ ଦେଶ ବିରୋଧୀ ମନ୍ତବ୍ୟ ମଧ୍ୟ ଦେଇ ଆସୁଥିଲା ସେ । ଏହିକ୍ରମରେ କିଛି ଦିନ ତଳେ ପ୍ରାଧାନମନ୍ତ୍ରୀଙ୍କ ସହିତ ୟୁପିର ମୁଖ୍ୟମନ୍ତ୍ରୀ ଓ ୟୁପିର ଏକ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କୁ ଧମକ ଦେଇଥିଲା । ଏନେଇ ସାଲେପୁର ପୋଲିସର ସାହାଯ୍ୟରେ ଉତ୍ତରପ୍ରଦେଶ ପୋଲିସ ତାକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ନେଇଛି ।

ତେବେ ଶୁକ୍ରବାର ଅଭିଯୁକ୍ତ ଯୁବକ ଜଣଙ୍କୁ କଟକ ସିଜେଏମ କୋର୍ଟରେ ହାଜର କରାଯାଇଥିଲା । ହେଲେ ଯୁବକଙ୍କ ବିରୋଧରେ ୱାରେଣ୍ଟ ନଥିବାରୁ ୟୁପି ପୋଲିସକୁ ହଟହଟା ହେବାକୁ ପଡିଥିଲା । ଟ୍ରାନଜିଟ ରିମାଣ୍ଡ ପାଇଁ ସାଲେପୁର ଜେଏମଏଫସି କୋର୍ଟରେ ଆବେଦନ କରିବାକୁ ସିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୟୁପି ପୋଲିସ ଯୁବକଙ୍କୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର ପାଇଁ ନେଇଥିଲେ । ସେଠାରେ ଟ୍ରାନଜିଟ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ତାକୁ ପୋଲିସ ୟୁପି ନେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 4, 2020, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.