ETV Bharat / state

SCBରେ ସିକ୍ୟୁରିଟିଙ୍କ ଦାଦାଗିରି, ଫାର୍ମାସିଷ୍ଟକୁ ଫାଣ୍ଡିରେ ବନ୍ଦ କରି ମାଡ଼ - ଫାର୍ମାସିଷ୍ଟକୁ ସିକ୍ୟୁରିଟି କର୍ମଚାରୀଙ୍କ ଆକ୍ରମଣ

ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛି କଟକ ବଡ ମେଡିକାଲ । କେତେବେଳେ ଶିଶୁ ଚୋରି ଘଟଣା ହେଉ ତ ପୁଣି କେତେବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅବବ୍ୟସ୍ଥା । ଏବେ ପୁଣି ଏସିସିବିରେ ସିକ୍ୟୁରିଟିଙ୍କ ବର୍ବରତା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

SCBରେ ସିକ୍ୟୁରିଟିଙ୍କ ବର୍ବରତା
SCBରେ ସିକ୍ୟୁରିଟିଙ୍କ ବର୍ବରତା
author img

By

Published : Oct 20, 2022, 12:16 PM IST

କଟକ: ଏସସିବି ବଡ ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ମେଡ଼ିକାଲ ପୋଲିସ ଫାଣ୍ଡି ଭିତରେ ବନ୍ଦ କରି ୧୦୮ ଆମ୍ବୁଲାନ୍ସରେ ଥିବା ଜଣେ ଫାର୍ମାସିଷ୍ଟକୁ ସିକ୍ୟୁରିଟି ମାଡ ମାରିଥିବା ଅଭିଯୋଗ ହୋଇଛି । ଫାଣ୍ଡି ଗେଟ ଭିତରେ ଫାର୍ମାସିଷ୍ଟକୁ ବନ୍ଦ କରି ପିଟିଲେ ଏସସିବି ମେଡ଼ିକାଲର ସିକ୍ୟୁରିଟି ଗାର୍ଡ । ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

SCBରେ ସିକ୍ୟୁରିଟିଙ୍କ ବର୍ବରତା, 108 ଫାର୍ମାସିଷ୍ଟକୁ ଫାଣ୍ଡିରେ ମାଡ଼

ପୋଲିସ ସାମ୍ନାରେ ଫାର୍ମାସିଷ୍ଟକୁ ପିଟିଛନ୍ତି ସିକ୍ୟୁରିଟି ଗାର୍ଡ । ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ ଏସସିବି ଆଣିଥିଲେ ଫାର୍ମାସିଷ୍ଟ ବିଶ୍ବଜିତ୍ ମହାରଣା । କଟକ ବଡ ଡାକ୍ତଖାନା ଆଶୁଚିକିତ୍ସା ବିଭାଗରେ ପହଞ୍ଚିଥିଲେ । ସେଠାରୁ ଗାଡି ଚାଳକ, ପରିଚାଳକ ଓ ଜଣେ ସହଯୋଗୀ ମହିଳାଙ୍କୁ ଷ୍ଟ୍ରେଚରରେ ଧରି ବେଡକୁ ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ତାଙ୍କୁ ବାରଣ କରିଥିଲେ । ବେଡଟି ଅନ୍ୟ ଜଣେ ରୋଗୀଙ୍କ ପାଇ ରହିଥିବା କହିଥିଲେ । ଏହା ଶୁଣିବା ପରେ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟ ବିଶ୍ବଜିତ ମହାରଣା ବିଭାଗୀୟ ଡାକ୍ତରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ ।

ଏହାପରେ ସୁରକ୍ଷାକର୍ମୀ ଜଣଙ୍କ ତାଙ୍କୁ ଆକ୍ରମଣ କରିଥିଲେ । ଧକ୍କା ମାରିଥିଲେ । ଘଟଣା ସମ୍ପର୍କରେ ସେ ଜଣାଇବାକୁ ଡାକ୍ତରଖାନା ଫାଣ୍ଡିରେ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କର ଜଣେ ସହଯୋଗୀ ଓ ସୁରକ୍ଷାକର୍ମୀ ଜଣଙ୍କ ଫାଣ୍ଡି ପୋଲିସଙ୍କ ଉପସ୍ଥିତିରେ ବିଶ୍ବଜିତଙ୍କୁ ମାଡ ମାରିଥିଲେ । ଖବର ପ୍ରସାରିତ ହେବା ପରେ ସମସ୍ତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ପରିଚାଳକ ସୁରକ୍ଷାକର୍ମୀଙ୍କୁ ଗିରଫ ଓ ଚୁପ୍‌ ବସିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଦୁଇ ସୁରକ୍ଷା କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏହା ବି ପଢନ୍ତୁ...ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଅନୁଧ୍ୟାନ ହେବ କହିଲେ ADMO

ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଛି କଟକ ବଡ ମେଡିକାଲ । କେତେବେଳେ ଶିଶୁ ଚୋରି ଘଟଣା ହେଉ ତ ପୁଣି କେତେବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଅବବ୍ୟସ୍ଥା । ଏବେ ପୁଣି ଏସିସିବିରେ ସିକ୍ୟୁରିଟିଙ୍କ ବର୍ବରତା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.