ETV Bharat / state

5T ସଚିବଙ୍କ ଗସ୍ତକୁ ବିରୋଧ, ନିଆଳିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନାରାବାଜି - bjp and congress stage protest

ନିଆଳି ସ୍ଥିତ ଅଚିହ୍ନା ପଡ଼ିଆରେ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ନିଆଳିରେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ ପକ୍ଷରୁ ସଚିବଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

5T ସଚିବଙ୍କ ଗସ୍ତକୁ ବିରୋଧ
5T ସଚିବଙ୍କ ଗସ୍ତକୁ ବିରୋଧ
author img

By

Published : Aug 9, 2023, 8:56 PM IST

5T ସଚିବଙ୍କ ଗସ୍ତକୁ ବିରୋଧ

ନିଆଳି: 5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଉଭୟ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଆଜି କଟକ ଜିଲ୍ଲା ନିଆଳି ସ୍ଥିତ ଅଚିହ୍ନା ପଡ଼ିଆରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ 5T ସଚିବ । ସେହି ସମୟରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାର କର୍ମୀମାନେ ହାତରେ କଳା ପଟି ବାନ୍ଧି ପାଣ୍ଡିଆନ ବିରୋଧୀ ନାରା ଦେଇ ଏକ ଶୋଭାଯାତ୍ରାରେ ନିଆଳି ତହସିଲରୁ ଅଚିହ୍ନା ପଡିଆ ପର୍ଯ୍ୟନ୍ତ ଆସିଥିଲେ । ସଭାସ୍ଥଲ ନିକଟରେ ନାରାବାଜି କରିଥିଲେ ବିଜେପି ଯୁବ ମୋର୍ଚ୍ଚା କର୍ମୀ । ଏନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ନିୟନ୍ତ୍ରଣ କରିଥିଲା । କିଛି ସମୟ ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଥିବା ଦେଖିବାକୁ ମିଳିଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ବିଶ୍ଵାଳ, କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତ୍ରିଲୋଚନ ବେହେରା, ନିଆଳି ବିଜେପି ମଣ୍ଡଳ ଉପାସଭାପତି ପ୍ରମୁଖଙ୍କ ସମେତ ଅନ୍ୟ ବିଜେପି ଯୁବ କର୍ମୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସେହିପରି କଂଗ୍ରସେ ପକ୍ଷରୁ ମଧ୍ୟ 5T ସଚିବ ଭିକେ ପାଣ୍ଡିଆନଙ୍କ ନିଆଳି ଗସ୍ତକୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି । କଂଗ୍ରେସ ପକ୍ଷରୁ ପନିମାଳଠାରେ କର୍ମୀମାନେ ମୁଣ୍ଡ ଓ ହାତରେ କଳା ପଟି ବାନ୍ଧି ପାଣ୍ଡିଆନ ବିରୋଧୀ ନାରା ଦେଇଛନ୍ତି । ନିଆଳି ସ୍ଥିତ ମାଧବାନନ୍ଦଜୀୟୁ ମନ୍ଦିରରକୁ ସଚିବ ଯିବାର କାର୍ଯ୍ୟକ୍ରମ ରହିଥିଲା । ତେଣୁ କଂଗ୍ରେସ ଦଳ ପନିମାଳଠାରେ ଦାଆସୁଥିବା ସମୟରେ ପୋଲିସ ଅଟକ ରଖିଥିଲା ।‌
ଏହା ବି ପଢନ୍ତୁ...ବାଙ୍କୀରେ ୫T ସଚିବ, ବିଭିନ୍ନ ଯୋଜନାର କଲେ ସମୀକ୍ଷା

ପନିମାଳ ଛକଠାରେ କିଛି ସମୟ ଧରି ନାରାବାଜି କରିଥିଲେ କଂଗ୍ରେସ କର୍ମୀ । ଏହି ବିରୋଧ ସମୟରେ ସାଧାରଣ ପିସିସି ସମ୍ପାଦକ ଶଶିକାନ୍ତ ଲେଙ୍କା, କଂଗ୍ରେସ ନେତା କେଦାର ନାଥ ସାହୁ, ମଲ୍ଲିକ ଇସମାଇଲ, ମିର ଅଜୀମ, ଚନ୍ଦନ ଦାଶ, ନୂଆଗାଁ ସରପଞ୍ଚ ଜ୍ଯୋତି ରଞ୍ଜନ ମଲ୍ଲିକ, ନିଆଳି ବ୍ଲକ କଂଗ୍ରେସ ସଭାପତି ସୌଭାଗ୍ୟ ବସ୍ତିଆଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଜନ ଶୁଣାଣୀ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଯାହାକୁ ନେଇ ବିରୋଧାଭାଷ ମଧ୍ୟ ତେଜିଛି । ସଚିବଙ୍କ ଗସ୍ତକୁ ନିନ୍ଦା କରିବା ସହ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଛି । ଯାହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.