ETV Bharat / state

କଟକ ମେୟରଙ୍କ ଅପିଲ୍‌, ବିଶ୍ବକପ ଉତ୍ସବରେ ସାମିଲ ହୁଅନ୍ତୁ ସ୍କୁଲ ଛାତ୍ରଛାତ୍ରୀ

ହକି ବିଶ୍ବକପ ଉଦଘାଟନୀ ସମାରୋହ ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର । ଗୋଟିଏ ପଟେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଥିବା ବେଳେ ଅନ୍ୟପଟେ ସହରର ସୌନ୍ଦର୍ଯ୍ୟ ବେଶ ଉଚ୍ଚକୋଟୀର ରହିଛି । ଅଧିକ ପଢନ୍ତୁ

author img

By

Published : Jan 8, 2023, 11:12 AM IST

ବିଶ୍ୱକପ ଉଦଘାଟନୀ ବୈଠକ
ବିଶ୍ୱକପ ଉଦଘାଟନୀ ବୈଠକ
ବିଶ୍ୱକପ ଉଦଘାଟନୀ ଉତ୍ସବରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଅବଦାନ ମୁଖ୍ୟ ବୋଲି କହିଲେ ମେୟର

କଟକ: ହକି ବିଶ୍ବକପ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହା ପୂର୍ବରୁ ଏହି ମହାକୁମ୍ଭର ଉଦଘାଟନୀ ସମାରୋହ ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର । ଗୋଟିଏ ପଟେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ରହିଥିବା ବେଳେ ଅନ୍ୟପଟେ ସହରର ସୌନ୍ଦର୍ଯ୍ୟ ବେଶ ଉଚ୍ଚକୋଟୀର ରହିଛି । ତେବେ ଏପରି ସ୍ଥଳେ ଉତ୍ସବକୁ ସ୍କୁଲ ସ୍ତରରେ ପାଳନ କରିବା ବିଭିନ୍ନ ଘରୋଇ ଓ ସରକାରୀ ସ୍କୁଲର ଅଧିକାରୀମାନଙ୍କ ସହ ପ୍ରସ୍ତୁତି ବୈଠକ କରିଛନ୍ତି ମେୟର ଓ କମିଶନର । ସବୁ ସ୍କୁଲ ପ୍ରଧାନଶିକ୍ଷକ ମାନଙ୍କ ସହ ଆଲୋଚନା ପରେ ସ୍କୁଲରେ ବିଭିନ୍ନ କ୍ରୀଡା ଆୟୋଜନ, ରଙ୍ଗୋଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ । ଏହା କେବଳ 11 ତାରିଖ ପର୍ଯ୍ୟନ୍ତ ନୁହେଁ ବରଂ ବିଶ୍ବକପ ଶେଷ ହେବା ପର୍ଯ୍ୟନ୍ତ କଟକର ସମସ୍ତ ସ୍କୁଲରେ ଏହା ଜାରି ରହିବ ବୋଲି କୁହାଯାଇଛି ।

ଏହି ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ସ୍କୁଲ କତ୍ତୃପକ୍ଷ । 2018 ମସିହା ବିଶ୍ବକପ ଯେତିକି ଲୋକପ୍ରିୟ ଥିଲା ସେହି ଅନୁପାତରେ 2023 ହକି ବିଶ୍ବକପ ଦୁଇ ଗୁଣା ଲୋକପ୍ରିୟତା ହାସଲ କରିଛି । ଭୁବନେଶ୍ବର ଓ ରାଉରକେଲା ପରି କଟକ ମଧ୍ୟ ବିଶ୍ବ ଦୃଷ୍ଟିରେ ରହିବ । ତେଣୁ ଏପରି ସ୍ଥଳେ ପ୍ରତ୍ୟକ ସ୍କୁଲରେ ଏହି କାର୍ଯ୍ୟକ୍ରମମାନ କରିବା ପାଇଁ ସ୍କୁଲଗୁଡିକୁ ନିବେଦନ କରିଛନ୍ତି ମେୟର । ଏହା ସହ ଉଦଘାଟନୀ ଉତ୍ସବ ସହ ବିଶ୍ବକପ ହକି ଟ୍ରଫି ଶୋଭାଯାତ୍ରାରେ କିଭଳି ଘରୋଇ ଓ ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ସାମିଲ ହେବେ ସେ ନେଇ ମେୟର ଓ କମିଶନର ପ୍ରସ୍ତୁତି ବୈଠକରେ ଆଲୋଚନା କରିଥିଲେ । କଟକରେ ସିଲଭର ସିଟି କଟକରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବ ହେଉଥିବାରୁ ସବୁ ସ୍କୁଲର ଛାତ୍ରଛାତ୍ରୀ ଯେପରି ଏଥିରେ ସାମିଲ ହେବେ ସେନେଇ ସିଏମସି ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।

ସାରା ରାଜ୍ୟରେ ହକି କ୍ରେଜ୍‌ ଦେଖିବାକୁ ମିଳୁଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍ସାହ ଦେଖା ଦେଇଛି । ଦ୍ଵିତୀୟ ଥର ପାଇଁ ଓଡ଼ିଶା ଏହାର ଆୟୋଜକ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ରହିଛି । ୨୦୧୮ ହକି ବିଶ୍ବକପର ଚମତ୍କାର ଆୟୋଜନ ସହିତ ବିଶ୍ବ ଦରବାରରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ଦିନ ଗଡ଼ିବା ସହ ହକି ବିଶ୍ବକପକୁ ନେଇ ବଢ଼ୁଛି ଉତ୍କଣ୍ଠା । ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହକି ବିଶ୍ବକପ ଖେଳାଯିବ(Hockey World Cup 2023) । । ୨୦୧୮ ତୁଳନାରେ ୨୦୨୩ ବିଶ୍ବକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଖେଳାଳି, ଅଧିକାରୀ ଓ ଦର୍ଶକମାନଙ୍କ ପାଇଁ ଏହାଏକ ସ୍ମରଣୀୟ ବିଶ୍ବକପ୍‌ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.