ETV Bharat / state

ସଂକ୍ରମଣକୁ ଦୃଷ୍ଟିରେ ରଖି SCBରେ ଖୋଲିଲା ଫିବର କ୍ଲିନିକ

ଏସସିବିରେ ଖୋଲିଲା ଫିବର କ୍ଲିନିକ । ସଂକ୍ରମଣ ବୃଦ୍ଧି ନେଇ ଜିଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସାମନ୍ୟ ଜ୍ଵର ହେଲେ ବି ଫିଭର କ୍ଲିନିକରେ (Fever Clinic) ଟେଷ୍ଟ ପାଇଁ ନିବେଦନ କରିଛି ଏସିବି ମେଡିକାଲ । ଅଧିକ ପଢନ୍ତୁ

ସଂକ୍ରମଣକୁ ଦୃଷ୍ଟିରେ ରଖି ଏସସିବିରେ ଖୋଲିଲା ଫିବର କ୍ଲିନିକ

author img

By

Published : Jul 15, 2022, 7:00 PM IST

କଟକ: ରାଜ୍ୟରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଓଡିଶାରେ ଉପରମୁହାଁ ହେଉଛି କରୋନା ଗ୍ରାଫ୍‌ । ଏନେଇ କଟକ SCB ପକ୍ଷରୁ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏସସିବିରେ ଖେଲାଯାଇଛି ଫିବର କ୍ଲିନିକ(Fever Clinic) । ଏସସିବିରେ ଖୋଲିଛି ଫିବର କ୍ଲିନିକ । ସଂକ୍ରମଣ ବୃଦ୍ଧି ନେଇ ଜିଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଏସସିବିରେ ଖୋଲିଲା ଫିବର କ୍ଲିନିକ

ସାମନ୍ୟ ଜ୍ଵର ହେଲେ ବି ଫିଭର କ୍ଲିନିକରେ ଟେଷ୍ଟ ପାଇଁ ନିବେଦନ କରିଛି ଏସସିବି ମେଡିକାଲ । ଏହାସହ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏସିବି ମେଡିକାଲ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହ ୨ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି । ଯେଉଁଥିରେ ୧୩ଟି ଆଇସିୟୁ ବେଡ଼ ସହ ୧୦୦ଟି ସାଧାରଣ ବେଡ଼ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେହିପରି ସାମାନ୍ୟ ଜ୍ୱର ଲକ୍ଷଣ ଥିବା ରୋଗୀମାନଙ୍କ ପାଇଁ ଫିଭର କ୍ଲିନିକରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ଏହି କ୍ଲିନିକରେ ୮ଟି ବେଡ଼୍‌ ପ୍ରସ୍ତୁତ ରଖାଯାଇଛି । ଏହି କ୍ଲିନିକରେ ୨୪ ଘଣ୍ଟା ଡାକ୍ତର ଏବଂ ନର୍ସ ଡ୍ୟୁଟିରେ ସକ୍ରିୟ ରହିଛନ୍ତି । ଏହାଛଡା ସଂକ୍ରମଣକୁ ଦୃଷ୍ଟିରେ ରଖି ଏସସିବିରେ ପର୍ଯ୍ୟାପ୍ତ ଟେଷ୍ଟିଂ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଜନସାଧାରଣ ନିଜେ ସଚେତନ ହେବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.