ETV Bharat / state

ମକଡ୍ରିଲ ଶେଷ, କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ SCB - କୋଭିଡ ମକଡ୍ରିଲ

ବି.ଏଫ 7 ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମର ଏସସିବିରେ ଏକ ମକ ଡ୍ରିଲ କରାଯାଇଛି । ଅଧିକ ପଢନ୍ତୁ

SCBରେ ଶେଷ ହୋଇଛି କରୋନା ମକଡ୍ରିଲ
SCBରେ ଶେଷ ହୋଇଛି କରୋନା ମକଡ୍ରିଲ
author img

By

Published : Dec 27, 2022, 9:36 PM IST

ମକଡ୍ରିଲ ଶେଷ

କଟକ: ଦେଶ ତଥା ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣରେ ଅଛି । ଅନ୍ୟ ଦେଶରେ ବି.ଏଫ 7 ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମରେ କୋଭିଡ ଭିତ୍ତି ଭୂମିକୁ ନିରୀକ୍ଷଣ କରିବା ପାଇଁ ଆଜିଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜ ଗୁଡ଼ିକରେ ମକ ଡ୍ରିଲ କରାଯାଇଛି । ଏହି କ୍ରମରେ ଏସସିବିରେ ମଧ୍ୟ ଏକ ମକ ଡ୍ରିଲ କରାଯାଇଛି । ମେଡିକାଲ ପରିସରରେ ଥିବା କୋଭିଡ ହସ୍ପିଟାଲ ନମ୍ବର 4କୁ ପ୍ରସ୍ତୁତ କରାଯାଇଛି ।

ଏହି ହସ୍ପିଟାଲର 15ଟି ଆଇସିୟୁ ବେଡ ସହିତ 5ଟି ସାଧାରଣ ବେଡ ମଧ୍ୟ ରହିଛି । ତେବେ 20 ବେଡ ବିଶିଷ୍ଟ ଏହି ହସ୍ପିଟାଲର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି । ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏହା ବ୍ୟତୀତ ଏହି ୟୁନିଟରେ ପାରାମେଡିକାଲ ଷ୍ଟାଫ, ଷ୍ଟାଫ ନର୍ସଙ୍କୁ ମିଶାଇ ତିନୋଟି ସିଫ୍ଟରେ ପ୍ରାୟ 5ରୁ 6 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏହା ସହିତ ଆବଶ୍ୟକ ସଂଖ୍ୟକ ବେଡ଼,ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଇ ଥିବା ମଧ୍ୟ କହିଛନ୍ତି କଟକ ଏସସିବି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ।

ରାଜ୍ୟରେ ଓମିକ୍ରନ ସବ-ଭାରିଆଣ୍ଟ BF.7 ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢ଼ିଛି । ଆଗୁଆ ସତର୍କ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତରଖାନାର ପ୍ରସ୍ତୁତି ନେଇ ସମୀକ୍ଷା ହେବ । ଏହାସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ନିଜର ତଥ୍ୟ ପ୍ରଦାନ କରିବେ । କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି, ଆଇସୋଲେସନ ରୁମ୍‌, ICU, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ କେତେ ମହଜୁଦ ରହିଛି ଓ ମ୍ୟାନ ପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ । ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି । TPR ରେଟ୍ ଦେଖି କଟକଣା କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.