କଟକ: ସାଲେପୁର ନାବାଳିକା କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବନ୍ଧାହୋଇ ଚେତାଶୂନ୍ୟ ଅବସ୍ଥାରେ ଏକ ରାସ୍ତାକଡ଼ ପରିମଳ ଗୃହରୁ ଉଦ୍ଧାର କରିବା ଘଟଣା । ଏସସିବି ମେଡିକାଲରେ ଛାତ୍ରୀଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ପ୍ରକାଶ କରିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ଉଦ୍ଧାର ହୋଇଥିବା ନାବାଳିକା ଛାତ୍ରୀ ଓଲ୍ଡ ମେଡିସନ ବିଭାଗରେ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ଭର୍ତ୍ତି ହେବା ସମୟରେ ସାମନ୍ୟ ଅସ୍ଥିର ରହିଥିଲେ । ତେବେ ଚିକିତ୍ସା ଆରମ୍ଭ ହେବା ପରେ ବର୍ତ୍ତମାନ ସେ ଭଲ ଥିବା କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ପ୍ରକାଶ ଥାଉକି, ଗତକାଲି ସାଲେପୁର ସ୍ବୟଂଶାସିତ କଲେଜର ଜଣେ ନାବାଳିକା ଛାତ୍ରୀଙ୍କୁ ତାଙ୍କର ଚୁନରୀରେ ହାତଗୋଡ଼ ବନ୍ଧା ହୋଇ ଚେତାଶୂନ୍ୟ ଅବସ୍ଥାରେ ଏକ ପରିମଳ ଗୃହରେ ପଡିରହିବା ଦେଖିଥିଲେ କିଛି କଲେଜ ଛାତ୍ରଛତ୍ରୀ । ଏନେଇ ସ୍ଥାନୀୟ ଲୋକଙ୍କୁ ଖବର ଦେବାପରେ ସେମାନେ ଛାତ୍ରୀଙ୍କୁ ଉଦ୍ଧାର କରି ସାଲେପୁର ପୋଲିସକୁ ଖବର ଦେବା ସହ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ କିଛି ସମୟ ଚିକିତ୍ସା ପରେ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ..ହାତଗୋଡ ବନ୍ଧା ହୋଇଥିଲା, ନଥିଲା ଚେତା; ପରିତ୍ୟକ୍ତ ଘରୁ କଲେଜ ଛାତ୍ରୀ ଉଦ୍ଧାର
ଇଟିଭି ଭାରତ, କଟକ