ETV Bharat / state

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

7 ହାଇକୋର୍ଟକୁ ମିଳିବେ ନୂଆ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ ।

author img

By

Published : Jul 6, 2023, 9:23 AM IST

Updated : Jul 6, 2023, 9:40 AM IST

sc collegium recommends High Courts Chief Justice
Subhasis Talapatra new chief Justice of odisha high court

ନୂଆଦିଲ୍ଲୀ: 7 ହାଇକୋର୍ଟକୁ ମିଳିବେ ନୂଆ ବିଚାରପତି । ସୁପ୍ରିମକୋର୍ଟ କଲେଜିୟମ 7ଟି ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ ।

  • Justice Dhiraj Singh Thakur, Judge, High Court of Bombay, appointed as the Chief Justice of the High Court of Andhra Pradesh.

    Justice Siddharth Mridul, Judge, High Court of Delhi, appointed as the Chief Justice of the High Court of Manipur.

    Justice Subhasis Talapatra, Judge,…

    — ANI (@ANI) July 5, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଓଡିଶା ହାଇକୋର୍ଟ ବରିଷ୍ଠ ବଚାରପତି ଅଛନ୍ତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ଆସନ୍ତା ମାସରେ ବର୍ତ୍ତମାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ଏସ. ମୁରଲୀଧର ଅବସର ନେବେ । ତାଙ୍କ ପରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । 2011 ନଭେମ୍ବର 1ରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଗୌହାଟୀ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । 2013ରେ ତ୍ରିପୁରା ପାଇଁ ପୃଥକ ଭାବେ ହାଇକୋର୍ଟ ସ୍ଥାପନ ହେବା ପରେ ସେ ତ୍ରିପୁରା ହାଇକୋର୍ଟ ବିଚାରପତି ଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର ୨୦୧୮ ନଭେମ୍ବରରୁ ୨୦୧୯, ନଭେମ୍ବର ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।

ଏହା ବି ପଢନ୍ତୁ...Article 370 case: ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ

ଏହାପରେ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ଓଡିଶା ହାଇକୋର୍ଟକୁ ବଦଳି ପାଇଁ 2022 ମସିହାରେ ସୁପାରିସ କରାଯାଇଥିଲା । 1961 ଅକ୍ଟୋବର 4ରେ ତ୍ରିପୁରାର ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ଜନ୍ମ । କୋଲକାତା ବିଶ୍ବବିଦ୍ୟାଳୟରୁ ସେ ଆଇନରେ ସ୍ନାତ୍ତକ କରିଛନ୍ତି । 2022 ଜୁନ 10ରୁ ସେ ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ । ସେବେଠୁ ସେ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ କାମ କରିଆସୁଥିବା ବେଳେ ଆସନ୍ତାମାସରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ।

ଏହା ବି ପଢନ୍ତ...ସୁପ୍ରିମକୋର୍ଟ 73ବର୍ଷ ଇତିହାସରେ ପ୍ରଥମ: ଆଧୁନିକ ଡିଜାଇନରେ କୋର୍ଟ ରୁମ ସହ ମାଗଣା WIFI

ଓଡିଶା ହାଇକୋର୍ଟ ବ୍ୟତୀତ ଅନ୍ୟ 6ଟି ହାଇକୋର୍ଟ ପାଇଁ ନୂଆ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ । କେରଳ, ମଣିପୁର, ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ବମ୍ବେ ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ ହୋଇଛି । ଜଷ୍ଟିସ ଦେବେନ୍ଦ୍ର ଉପାଧ୍ୟାୟ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ । ସେହିପରି ସୁନିତା ଅଗ୍ରୱାଲ ଗୁଜୁରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଥିଲେ ଜଷ୍ଟିସ ଆଲୋକ ଆରଧେ ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ । ବମ୍ବେ ହାଇକୋର୍ଟ ବିଚାରପତି ଥିବା ଧୀରଜ ସିଂହ ଠାକୁର ଅନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ । ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଳ ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ । ସେହିପରି ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ଆଶିଷ ଜେ ଦେଶାଇ କେରଳ ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ।

Last Updated : Jul 6, 2023, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.