କଟକ: ତେଲ ବଞ୍ଚାଓ । ଭାରତରେ ସୀମିତ ସମ୍ବଳ ହେଉଛି ତୈଳ । ତେଣୁ ସପ୍ତାହକୁ ଥରେ ଗାଡି ସ୍ଥାନରେ ସାଇକେଲର କର ବ୍ୟବହାର । ଆଇଓସିଏଲ ଏମିତି ଏକ ବାର୍ତ୍ତା ଆଜି କଟକରେ ଅନୁଷ୍ଠିତ ହୋଇଛି ସାଇକେଲ ରାଲି ।
ଯୁବ ଛାତ୍ରଛାତ୍ରୀ ଓ ଅନେକ ବ୍ୟକ୍ତିତ୍ବ ଏହି ରାଲିରେ ସାମିଲ ହୋଇଛନ୍ତି । କାରଣ ବର୍ତ୍ତମାନ ସ୍ଥିତିରେ ତେଲର ଚାହିଦା ଅଧିକ ରହିଛି । ଏହି ପ୍ରରିପ୍ରେକ୍ଷୀରେ ସପ୍ତାହକୁ ଥରେ ଗାଡି ସ୍ଥାନରେ ଯଦି ସାଇକେଲର ବ୍ୟବହାର ହୁଏ ତେବେ ତୈଳ ବଞ୍ଚିବା ସହ ବ୍ୟକ୍ତି ବିଶେଷଙ୍କ ଶରୀର ସୁସ୍ଥ ରହିବ । ଏହି ବାର୍ତ୍ତା ଆଜି କଟକରେ ବାଣ୍ଟିଛି ଆଇଓସିଏଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ