କଟକ: ଆମେରିକା ବୋଷ୍ଟନ ସହରରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ଓଡିଆ ଫିଲ୍ମ ଛବିରାଣୀ । ଏହି ଫିଲ୍ମ ଓଡିଶାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଉପରେ ଆଧାରିତ । ଶନିବାର ଛବିରାଣୀ ଫିଲ୍ମ ରିଲିଜ୍ ହେବ । ପ୍ରଥମ ଥର ପାଇଁ ବିଦେଶରେ ରିଲିଜ ଏହି ଫିଲ୍ମ ଓଲିଉଡ ଜଗତରେ ଇତିହାସ ରଚିବ ।
ଫିଲ୍ମରେ ୬ଟି ଗୀତ ରହିଛି । ଆମେରିକାରେ ଥିବା ପ୍ରବାସୀ ଓଡ଼ିଆ ଏହି ଫିଲ୍ମ ଦେଖିବାର ସୁବିଧା ପାଇପାରିବେ । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ