ETV Bharat / state

ଗୋବିନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ନାଏବ ସରପଞ୍ଚ ଓ ଓ୍ବାର୍ଡ ସଭ୍ଯ

author img

By ETV Bharat Odisha Team

Published : Nov 7, 2023, 12:22 PM IST

Updated : Nov 7, 2023, 12:42 PM IST

ଗୋବିନ୍ଦପୁର ପଞ୍ଚାୟତର ପି.ଓ ଏବଂ ସରପଞ୍ଚଙ୍କୁ ବିରୋଧ କରି ପଞ୍ଚାଯତ କାର୍ଯ୍ୟାଳୟ ସମ୍ମୁଖରେ ନାଏବ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ଓ ସଭ୍ୟାଙ୍କ ଗଣଧାରଣା । ଅଧିକ ପଢ଼ନ୍ତୁ

sarpanch and ward member protest
sarpanch and ward member protest
sarpanch and ward member protest

ନିଆଳି: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପି.ଓ ଏବଂ ସରପଞ୍ଚଙ୍କୁ ବିରୋଧ । ଏନେଇ ପଞ୍ଚାଯତ କାର୍ଯ୍ୟାଳୟ ସମ୍ମୁଖରେ ନାଏବ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ଓ ସଭ୍ୟାଙ୍କ ଗଣଧାରଣା । ତେବେ ଏହି ଧାରଣା ସୋମବାର ସକାଳଠାରୁ ଆରମ୍ଭ ହୋଇଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣ ଜାରି ରହିବ ବୋଲି କହିଛନ୍ତି ଲୋକ ପ୍ରତିନିଧି ।

ସୂଚନା ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପିଓ ଏବଂ ସରପଞ୍ଚ ଚଳିତ ବର୍ଷ ଜୁଲାଇ ମାସରେ କମିଶନ ୯ ଲକ୍ଷ ୨୦ ହଜାର ୯୭୨ ଟଙ୍କା ଉଠାଇଥିଲେ । ହେଲେ ପୁଣି 3 ମାସ ପରେ ପୁନର୍ବାର ଟଙ୍କା ଉଠାଇବା ପାଇଁ କିଏ ଦେଲା ଅନୁମତି ଏବଂ କେଉଁ ଉଦ୍ଦେଶ୍ୟରେ କାହିଁକି ଏତେ ଟଙ୍କା ସରକାରୀ ଆକାଉଣ୍ଟରୁ ଉଠା କରାଗଲା ବୋଲି ଅଭିଯୋଗ କରିଛନ୍ତି । ପୁଣି ପଞ୍ଚାୟତର ନାଏବ ସରପଞ୍ଚ ଏବଂ ଓ୍ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ନଜଣାଇ ଏଭଳି କାର୍ଯ୍ୟ କରାଯାଇଛି ଏବଂ ଜଣାପଡ଼ିବା ପରେ ଉକ୍ତ ଟଙ୍କାକୁ ପୁନର୍ବାର ସରକାରୀ ଆକାଉଣ୍ଟକୁ ଅକ୍ଟୋବର ମାସରେ ଡିପୋଜିଟ୍‌ କରାଯାଇଛି । ତେଣୁ ଏଥିରେ ସଂଶ୍ଲିଷ୍ଟ ପିଓ ଏବଂ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଧାରଣରତ ଲୋକପ୍ରତିନିଧି ।

ସେହିପରି ପଞ୍ଚାୟତର ମାସିକ ବୈଠକ ଡକାଯାଉ ନାହିଁ ମନ ଇଚ୍ଛାରେ ବୈଠକ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଧାରଣରତ ଲୋକ ପ୍ରତିନିଧି ।‌ ୫ମ ୧୫ଦଶ ଅର୍ଥ କମିଶନ ଅନୁଦାନରେ ପୂର୍ବରୁ କାର୍ଯ୍ୟ ହୋଇଥିଲେ ସୁଧା ବିଲ କରାଯାଉନାହିଁ । ହରିଶଚନ୍ଦ୍ର ଯୋଜନା ଅର୍ଥ ପାତରଅନ୍ତର ହେଉଥିବା ନେଇ ଅଭିଯୋଗ ହୋଇଛି ।‌ ପଞ୍ଚାୟତର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ପଞ୍ଚାୟତ ଟ୍ୟାକ୍ସ ଆଦାୟ କରୁନଥିବାରୁ ରାଜସ୍ବ କ୍ଷତି ହେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପଞ୍ଚାୟତ ଅନୁଦାନରେ ୨୦୧୮/୧୯ ଏବଂ ୨୦୨୦ ମସିହାରେ ୧୪ଦଶ କମିଶନ ଅନୁଦାନରେ ବିଭିନ୍ନ ଗାଁରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍ ଖରାପ ହୋଇଥିଲେ ସୁଧା ମରାମତି କରାଯାଉନଥିବାରୁ ଓ୍ବାର୍ଡ ସଭ୍ୟ ଓ ସଭ୍ୟାମାନେ ଅଭିଯୋଗ କରିଛନ୍ତି ।‌

ଏହା ମଧ୍ୟ ପଢନ୍ତୁ- Pradeep Pradhan Arrest Issue: ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଧାରଣା, ନିଃସର୍ତ୍ତ ଖଲାସ ଦାବି

ତେବେ ଏଭଳି ୧୪ ଦଫା ସମ୍ବଳିତ ଅଭିଯୋଗ ନେଇ ଧାରଣା ଦେଇଛନ୍ତି ଗୋବିନ୍ଦପୁର ପଞ୍ଚାୟତର ନାଏବ୍‌ ସରପଞ୍ଚ, ଓ୍ବାର୍ଡ ସଭ୍ୟ ଓ ସଭ୍ୟାମାନେ । ସେପଟେ ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ସୁମିତ୍ରା ପାଢ଼ୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ୧୪ ଦଶ କମିଶନ ଅର୍ଥ ଠିକ ସମୟରେ ଖର୍ଚ୍ଚ ନ କଲେ ଫେରି ଯିବ । ତେଣୁ ପଞ୍ଚାୟତର ପି.ଓ ଉକ୍ତ ଟଙ୍କା ଉଠାଣ କରିଥିଲେ । ଦୁଇଟି ରାସ୍ତା ନିର୍ମାଣ ବିଲ ହେବା କଥା କିନ୍ତୁ ଦୁଇଟି ରାସ୍ତା ଉପରେ ବିଲ୍‌ ହୋଇନଥିଲା, ସେଥିପାଇଁ ଉକ୍ତ ଟଙ୍କାକୁ ପୁନର୍ବାର ସରକାରୀ ଆକାଉଣ୍ଟକୁ ପି.ଓ ଡିପୋଜିଟ କରିଥିଲେ ।

ଇଟିଭି ଭରତ, ନିଆଳି

Last Updated : Nov 7, 2023, 12:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.