ETV Bharat / state

CMCର ପିଛା ଛାଡୁନି ଦୁର୍ନୀତି, ସ୍ୟାଣ୍ଡ ଆର୍ଟ ବାଲିକୁ ପାଚେରୀ କାମରେ ଲଗାଉଛନ୍ତି ଠିକାଦାର !

author img

By

Published : Jan 5, 2023, 3:40 PM IST

କଟକ ଇନ କଟକର ସୌନ୍ଦର୍ଯ୍ୟ କରଣ ପାଇଁ ନିର୍ମାଣ ହେଉଥିବା ପାଚେରୀ କାର୍ଯ୍ୟରେ ସ୍ୟାଣ୍ଡ ଆର୍ଟ ପାଇଁ ବ୍ୟବହାର ହୋଇଥିବା ବାଲିକୁ ବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ ଆଣିଲେ ବିରୋଧି ଦଳ କର୍ପୋରେଟର । ଅଧିକ ପଢନ୍ତୁ

corruption in Cuttack In cuttack wall work

ସ୍ୟାଣ୍ଡ ଆର୍ଟ ବାଲିକୁ ପାଚେରୀ କାମରେ ଲଗାଉଛନ୍ତି ଠିକାଦାର !

କଟକ: CMCର ପିଛା ଛାଡୁନି ବାଲିଯାତ୍ରା ଦୁର୍ନୀତି । ବାଲିଯାତ୍ରାରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ଘଟଣାରେ ଛନ୍ଦି ହୋଇପଡିଛି CMC । କଟକ ଇନ କଟକର ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ ହେଉଥିବା ପାଚେରୀ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ପାଚେରୀ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ତାହା ଜଣେ ଠିକାଦାରଙ୍କ ମାଧ୍ୟମରେ କରାଯାଉଛି । ପ୍ରାୟ ୬୨ ଲକ୍ଷ ଟଙ୍କାରେ ଏହି କାର୍ଯ୍ୟ ପାଇଁ ଯେଉଁ ଠିକାଦାର ହାତକୁ ନେଇଛନ୍ତି ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ବାଲିଯାତ୍ରା ସମୟରେ ସ୍ୟାଣ୍ଡ ଆର୍ଟ ପାଇଁ ବ୍ୟବହାର ହୋଇଥିବା ବାଲିକୁ ଜଣେ ଠିକାଦାର ଖୁଲମ ଖୁଲା ଭାବରେ ବୋହି ନେଉଛନ୍ତି । ସ୍ପଷ୍ଟ ଦିବାଲୋକରେ ଟ୍ରାକ୍ଟର ଲଗାଇ ଉକ୍ତ ବାଲିକୁ ନେଇ ପାଚେରୀ କାମରେ ଲଗାଉଛନ୍ତି । ପ୍ରାୟ ୩୦ ଟନରୁ ଊର୍ଦ୍ଧ୍ବ ବାଲିକୁ ସେ ପାଚେରୀ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଯାହାକି କ୍ୟାମେରାରେ କଏଦ ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ପାଚେରୀ ନିର୍ମାଣ ପାଇଁ ସମ୍ପୃକ୍ତ ଠିକାଦାର ଜଣକ CMCଠାରୁ ଟଙ୍କା ନେଉଛନ୍ତି । ଉକ୍ତ ଟଙ୍କାରେ ସେ ପାଚେରୀ ନିର୍ମାଣ କରିବା କଥା । ମାତ୍ର ବାଲିଯାତ୍ରାରେ ବ୍ୟବହାର ହୋଇଥିବା ବାଲିକୁ ପାଚେରୀ କାର୍ଯ୍ୟରେ ଲଗାଇବା ସମ୍ପୂର୍ଣ୍ଣ ବେଆଇନ । କାରଣ ଲକ୍ଷାଧିକ ଟଙ୍କାର ଏହି ବାଲିକୁ ସେ ପାଚେରୀ କାର୍ଯ୍ୟରେ ବ୍ୟବହାର କରିବା ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ । ଏନେଇ ପଚାରିବାରୁ ସମ୍ପୃକ୍ତ ଠିକାଦାର ଜଣକ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ସେହିପରି ପାଚେରୀ ନିର୍ମାଣରେ ବ୍ୟବହାର ହେଉଥିବା ବାଲିକୁ ନେଇ CMCର ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ । ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର କର୍ପୋରେଟର ଗଗନ ଓଝା । ସେ କହିଛନ୍ତି, "ଲକ୍ଷାଧିକ ଟଙ୍କାର ବାଲିକୁ ଠିକାଦାର ଜଣକ ବେଆଇନ ଭାବରେ ବ୍ୟବହାର କରୁଛନ୍ତି । ଏହା ପଛରେ ବଡ଼ ଦୁର୍ନୀତି ଥିବା ବାରି ହୋଇପଡୁଛି । ଏହାର ତଦନ୍ତ ପାଇଁ ମେୟର ଏବଂ ସିଏମସି କମିଶନ ଙ୍କୁ ଦାବି କରିଛୁ ।" କେଉଁ ପରିସ୍ଥିତିରେ ଏବଂ କାହାର ଅନୁମତି ନେଇ ଠିକାଦାର ଜଣକ ବାଲି ଉଠାଉଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଏହାର ସଠିକ ତଦନ୍ତ କରି ସମ୍ପୃକ୍ତ ଠିକାଦାରଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଗତ ବାଲିଯାତ୍ରା ସମୟରେ CMC କରିଥିବା କାର୍ଯ୍ୟରେ ଅନେକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା । ଏପରିକି ଜଣେ ଲୋକଙ୍କୁ ଏକାଧିକ କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିବା ବେଳେ ବିନା ଟେଣ୍ଡରରେ ଏପରି କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା। ସେହିପରି ତ୍ୱରଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଏହାର ଅଡିଟ କରିବା ଦାବିରେ ସିଏମସି ଶାସକ ଦଳକୁ ଘେରିଥିଲା । CMC କାଉନସିଲ ବୈଠକରେ ମଧ୍ୟ ଏନେଇ ପ୍ରଶ୍ନ ଉଠିଥିଲା । ଯାହାକୁ ନେଇ CMCରେ ବ୍ୟାପକ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ କରିଥିଲେ ।

କଟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.