ETV Bharat / state

ବୈଦ୍ୟରୁ ସଫଳ ବ୍ୟବସାୟୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଲୁଗ୍ନା ଜଫ୍ରିନ

author img

By ETV Bharat Odisha Team

Published : Dec 5, 2023, 8:01 PM IST

ଆୟୁର୍ବେଦିକ ବ୍ୟବସାୟ ବନାଇଛି ଲକ୍ଷପତି । ମାସିକ ୨-୩ ହଜାର ରୋଜଗାରରୁ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କଟକ ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ । ଏହି ବ୍ୟବସାୟରେ ଅନେକଙ୍କୁ ସେ ମଧ୍ୟ ଦେଇଛନ୍ତି ରୋଜଗାର । ଅଧିକ ପଢ଼ନ୍ତୁ

ବୈଦ୍ୟରୁ ସଫଳ ବ୍ୟବସାୟୀ
ବୈଦ୍ୟରୁ ସଫଳ ବ୍ୟବସାୟୀ
ବୈଦ୍ୟରୁ ସଫଳ ବ୍ୟବସାୟୀ

କଟକ: ପିଲାଟି ଦିନରୁ ଜେଜେବାପାଙ୍କଠାରୁ ବୈଦ୍ୟ କାମ ଶିଖି ଏବେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ । ବୈଦ୍ୟ କାମରୁ ମାସିକ ୨ରୁ ୩ ହଜାର ଟଙ୍କା ରୋଜଗାର କରୁଥିଲେ । ହେଲେ ଏବେ ଅନ୍‌ଲାଇନରେ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସେ । କେବଳ ସେତିକି ନୁହେଁ, ଅନେକ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇପାରିଛନ୍ତି ଜଫ୍ରିନ । କହିବାକୁ ଗଲେ କାଲି ଯିଏ ନିଜର ପରିବାର ଭରଣପୋଷଣ କରିବାକୁ ସଂଗ୍ରାମ କରୁଥିଲେ, ଆଜି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି ।

କଟକ ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ । ସ୍କୁଲରେ ପାଠ ପଢିବାବେଳେ ଜେଜେବାପାଙ୍କଠାରୁ ବୈଦ୍ୟ କାମ ଶିକ୍ଷାଲାଭ କରି ନିଜ ଗ୍ରାମରେ ବୈଦ୍ୟ କାମ କରୁଥିଲେ । ଆଉ ଏଥିରୁ ମାସିକ ୨ରୁ ୩ ହଜାର ଟଙ୍କା ରୋଜଗାର ବି କରୁଥିଲେ । ଏହି ଟଙ୍କାରେ ସେ ନିଜର ପରିବାର ଭରଣପୋଷଣ କରୁଥିଲେ । ୨୦୦୮ ମସିହାରେ ସେ କିଛି ମହିଳାଙ୍କ ସହ ମିଶି SHG ଗ୍ରୁପ ଆରମ୍ଭ କରିଥିଲେ । ଧିରେ ଧିରେ ବ୍ୟବସାୟ ବି ବୃଦ୍ଧି ପାଇଥିଲା । ୨୦୧୮ ମସିହାରେ ORMAS ସହ ମିଶି କିଛି ମହିଳାଙ୍କୁ ନେଇ ଏକ ପ୍ରଡ୍ୟୁସର ଗ୍ରୁପ ଆରମ୍ଭ କରିଥିଲେ । ପ୍ରଥମ ଥର ପାଇଁ ୨୦୧୯ ବାଲିଯାତ୍ରାରେ ବ୍ୟବସାୟ ଆରମ୍ଭ କରିଥିଲେ ଜଫ୍ରିନ । ଚେରମୂଳିରୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ କରି ସେ ବାଲିଯାତ୍ରାରେ ଷ୍ଟଲ ପକାଇଥିଲେ । ଭଲ ବ୍ୟବସାୟ ବି ହୋଇଥିଲା । ଏତେ ଚାହିଦା ରହିଲା ଯେ, ଅନଲାଇନରେ ବି ଲୋକ କିଣିବା ଆରମ୍ଭ କରିଦେଲେ । ତେବେ ମାସକୁ ଏବେ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବା ଲୁଗ୍ନା ଜଫ୍ରିନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନାରୀ ସଶକ୍ତିକରଣର ଉତ୍କୃଷ୍ଟ ନମୁନା, ମଣ୍ଡି ପରିଚାଳନାରେ SHG ମହିଳା

ଲୁଗ୍ନାଙ୍କ ଗ୍ରୁପରେ ପ୍ରାୟ ୩୦ରୁ ଅଧିକ ମହିଳା ଅଛନ୍ତି । ଏହି ପ୍ରଡକ୍ଟକୁ ISOର ସ୍ବୀକୃତି ପତ୍ର ମିଳିବା ପରେ ବ୍ୟବସାୟକୁ ଆହୁରି ଆଗକୁ ବଢାଇବାକୁ ଆଗଭର ହୋଇଥିଲେ ଜଫ୍ରିନ । ତେବେ ଏହି ଗ୍ରୁପ ଅନେକ ଆୟୁର୍ବେଦିକ ସାମଗ୍ରୀ ପ୍ରସ୍ତୁତ କରିବାରେ ସମର୍ଥ ବି ହୋଇପାରିଛି । ବାମ୍‌ (Balm) ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆୟୁର୍ବେଦିକ ତୈଳ ପ୍ରସ୍ତୁତ କରୁଛି ଏହି ଗ୍ରୁପ । ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ କେରଳ, ନେପାଳ, କେନ୍ଦୁଝର, ମୟୂରଭଞ୍ଜ ଭଳି ବିଭିନ୍ନ ସ୍ଥାନରୁ ଆମଦାନୀ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ଟି ଡିଷ୍ଟ୍ରିବ୍ୟୁଟର ଖୋଲି ବ୍ୟବସାୟ କରୁଛି ଏହି ଗ୍ରୁପ । ଫଳରେ ଅନେକ ଲୋକ ରୋଜଗାରକ୍ଷମ ମଧ୍ୟ ହୋଇପାରିଛନ୍ତି । ସେମାନଙ୍କ ମଧ୍ୟରୁ ଅବଦୁଲ୍‌ ରହିମ ହୁସେନ୍‌ ଅନ୍ୟତମ । ସେ ଏହି ଗ୍ରୁପରେ ମାର୍କେଟିଂ ପାଇଁ ନିଯୁକ୍ତି ପାଇବା ସହ ଭଲ ରୋଜଗାର କରୁଥିବା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.