ETV Bharat / state

ଆସନ୍ତା ୨୩ରୁ ସାହାଣୀ କପ, ରାଜ୍ୟ ଫୁଟବଲ ସଂଘର ପ୍ରସ୍ତୁତି ଶେଷ

author img

By

Published : Apr 21, 2023, 10:18 PM IST

ଚଳିତ ମାସ ୨୩ ତାରିଖ ଠାରୁ ଆରମ୍ଭ ହେବ ୬୨ ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ମେ' ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ କଟକ ଏବଂ ଭୁବନେଶ୍ବର ଉଭୟ ସ୍ଥାନରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ଫୁଟବଲ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା । ଅଧିକ ପଢ଼ନ୍ତୁ

ଆସନ୍ତା ୨୩ରୁ ସାହାଣୀ କପ
ଆସନ୍ତା ୨୩ରୁ ସାହାଣୀ କପ
ଆସନ୍ତା ୨୩ରୁ ସାହାଣୀ କପ

କଟକ: ଆରମ୍ଭ ହେବ ସାହାଣୀ କପ । ରାଜ୍ୟ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ସହଯୋଗରେ ଚଳିତ ମାସ ୨୩ ତାରିଖ ଠାରୁ ଆରମ୍ଭ ହେବ ୬୨ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ମେ' ମାସ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । କଟକ ଏବଂ ଭୁବନେଶ୍ବର ଉଭୟ ସ୍ଥାନରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଓଡ଼ିଶା ଫୁଟବଲ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି ।

ପ୍ରତିଯୋଗିତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଆଶୀର୍ବାଦ ବେହେରା କହିଛନ୍ତି, "ଚଳିତ ବର୍ଷ ୩୧ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ସମସ୍ତ ମ୍ୟାଚ୍ ଗୁଡ଼ିକ କଟକ ଓ ଭୁବନେଶ୍ବରରେ ଖେଳାଯିବ । ପ୍ରତିଯୋଗିତାରେ ସମସ୍ତ ଦଳକୁ ୮ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ଥିବା ସମସ୍ତ ଦଳ ପରସ୍ପର ସହିତ ଖେଳିବେ । ଚମ୍ପିଆନ ଦଳକୁ ୧ ଲକ୍ଷ ଟଙ୍କା, ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୨୫ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଚମ୍ପିଆନ ଦଳକୁ ନୂଆ ଆକୃତିରେ କରାଯାଇଥିବା ସାହାଣୀ ଟ୍ରଫି ପ୍ରଦାନ କରାଯିବ । ପ୍ରତିଦିନ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରୁ ଖେଳାଳିମାନେ ଫାଓ ଲିଗ୍ ପ୍ରତିଯୋଗିତା ପାଇଁ ଚୟନ ହେବେ ଓ ପ୍ରସ୍ତୁତ ରହିବେ ।" ତେବେ ପ୍ରତିଯୋଗିତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡା ସଚିବ ଭିନିତ୍ କ୍ରିଷ୍ଣାନଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ସେ ପ୍ରକାଶ କରିଛନ୍ତି ।

ଆଶୀର୍ବାଦଙ୍କ ସୂଚନା ଅନୁସାରେ ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତା କଟକରେ ଅନୁଷ୍ଠିତ ହେବ । ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ତଥା ସାହାଣୀ କପ୍ ଦୀର୍ଘ ୬୧ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଏହି ପ୍ରତିଯୋଗିତା ୬୨ତମ ବର୍ଷରେ ପଦାର୍ପଣ କରିଛି । ସର୍ବଭାରତୀୟ ଫୁଟବଲ୍ ଫେଡରେସନର ସମସ୍ତ ପ୍ରକାର ନୀତି ଓ ନିୟମ ଏହି ପ୍ରତିଯୋଗିତା ପାଇଁ ପ୍ରଯୁଜ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସମ୍ପାଦକ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ କୁମାର ସାହୁ, ଭକ୍ତବଲ୍ଲଭ ଦାସ, ଅଭିଜିତ ପାଲ, ବିଜୟ ଦାସ, ହୃଦୟରଞନ୍ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗମୀ ସନ୍ତୋଷ ଟ୍ରଫି ପୂର୍ବରୁ ଏହି ସାହାଣୀ କପ ଓଡ଼ିଆ ଖେଳାଳିଙ୍କ ମନୋବଳ ବଢାଇବ ବୋଲି ଆଶା ରଖିଛି ରାଜ୍ୟ ସଂଘ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.