କଟକ: କଟକରୁ ନକଲି ଔଷଧ ଜବତ ଘଟଣାରେ ଦିନକୁ ଦିନ ନୂଆ ଚର୍ଚ୍ଚା ପଦାକୁ ଆସୁଛି । ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବରିଷ୍ଠ ଆଇନଜୀବୀ ସମାଲୋଚନା କରିଥିବାବେଳେ ଆହୁରି ଏକ କଥା ପଦାକୁ ଆସିଛି । ଔଷଧ ବ୍ୟବସାୟୀଙ୍କ ସହ ଶାସକ ଦଳର ହାତ ରହିଥିବା କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି।
ଦୀର୍ଘଦିନ ଧରି ନକଲି ଔଷଧ କାରବାର କରୁଥିବା କଟକ କନିକା ଛକ ଅଞ୍ଚଳର ଶିବ ଜେନାଙ୍କ ସହ ପୂର୍ବତନ ବିଜେଡି ବିଧାୟକଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ପରୋକ୍ଷରେ କହିଛନ୍ତି ମୋକିମ । ଯେଉଁ କାରଣରୁ ଔଷଧ ବ୍ୟବସାୟୀ ଜଣକ ଅତି ସାହସର ସହ ନକଲି ଔଷଧ ବିକ୍ରୟ କରୁଥିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୋକିମ । ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଧାୟକ ମୋକିମ ଦାବି ମଧ୍ୟ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ