କଟକ : ରାଜ୍ୟରେ ଆରଟିଓ କେନ୍ଦ୍ର ଗୁଡିକ ହେବ ଦଲାଲ ମୁକ୍ତ । ଏଣିକି ଅନଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଯିବାକୁ ଅଧିକ ପ୍ରଧାନ୍ୟ ଦିଆ ଯାଉଛି । ଏହି ସେବା ଆରମ୍ଭ ହେବା ଫଳରେ ସଧାରଣ ଲୋକମାନେ ଦଲାଲ କବଳରୁ ମୁକ୍ତ ରହିବେ । ଏଥି ସହିତ କାର୍ଯ୍ୟ ମଧ୍ୟ ଆହୁରି ସହଜ ଆଉ ଶୀଘ୍ର ହେବ ।
ଏହି ବ୍ୟବସ୍ଥା ଦ୍ବାରା ଲୋକମାନେ ସମସ୍ତ ସୁବିଧା ଅନଲାଇନ ମଧ୍ୟମରେ ପାଇପାରିବ । ଡିଏଲ ଓ ଏଲଏଲ ସୁବିଧା ମଧ୍ୟ ଅନଲାଇନ ମାଧ୍ୟମରେ ହେବ । ଏହାସହ ଲାଇସେନ୍ସ ପାଇଁ ପରୀକ୍ଷା ମଧ୍ୟ କମ୍ପ୍ୟୁଟର ସ୍କ୍ରିନ ଟଚ କରାଯାଇଛି । ଯାହାଦ୍ୱାରା ଦଲାଲଙ୍କ ସକ୍ରିୟତା ଲୋପ ପାଇବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ