ETV Bharat / state

ଚିକିତ୍ସା ପାଇଁ ରାସ୍ତାରୋକ, ସହାୟତା କଲା ପ୍ରଶାସନ

author img

By

Published : Oct 21, 2020, 8:40 PM IST

ଜଣେ ଲେପର୍ସି ରୋଗୀଙ୍କୁ ମିଳିଲା ନାହିଁ ସଠିକ ଚିକିତ୍ସା । ଚିକିତ୍ସା ପାଇଁ ଗ୍ରାମବାସୀ ରାସ୍ତାରୋକ କରିବାରୁ ସହାୟତା କଲା ପ୍ରଶାସନ । କଟକ ଜିଲ୍ଲା ବାଙ୍କି ବ୍ଲକ ଅନୁଆରୀ ପଞ୍ଚାୟତର ବୋତଲସା ଗ୍ରାମର ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଚିକିତ୍ସା ପାଇଁ ରାସ୍ତାରୋକ, ସହାୟତା କଲା ପ୍ରଶାସନ
ଚିକିତ୍ସା ପାଇଁ ରାସ୍ତାରୋକ, ସହାୟତା କଲା ପ୍ରଶାସନ

କଟକ: ଜଣେ ଲେପର୍ସି ରୋଗୀଙ୍କୁ ମିଳିଲା ନାହିଁ ସଠିକ ଚିକିତ୍ସା । ରୋଗୀଙ୍କୁ ରାସ୍ତାରେ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ରୋଗୀଙ୍କୁ ଚିକିତ୍ସାର ସୁବିଧା କରାଗଲା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ବ୍ଲକ ଅନୁଆରୀ ପଞ୍ଚାୟତର ବୋତଲସା ଗ୍ରାମରେ ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ଲେପର୍ସି ରୋଗରେ ପୀଡିତ ଥିଲେ । ତାଙ୍କର ଦୁଇ ଗୋଡ଼ ପଚି ନଷ୍ଟ ହୋଇଯାଇଥିଲା । ହେଲେ ତାଙ୍କର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ ।

ତେବେ ଆଜି (ବୁଧବରା) ଗ୍ରାମବାସୀ ରୋଗୀଙ୍କୁ ରାସ୍ତାରେ ରଖି ରାସ୍ତାରୋକ କରି ପ୍ରତିବାଦ କରିଥିଲେ । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ଫଳରେ ରାସ୍ତା ରୋକରୁ ହଟିଥିଲେ ଗ୍ରାମବାସୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.