ETV Bharat / state

SCB ସମ୍ପ୍ରସାରଣ ନେଇ ରାଜସ୍ବ ଆୟୁକ୍ତ ଡାକିଲେ ସମୀକ୍ଷା ବୈଠକ - SCB ସମ୍ପ୍ରସାରଣ ନେଇ ରାଜସ୍ବ ଆୟୁକ୍ତ ଡାକିଲେ ସମୀକ୍ଷା ବୈଠକ

SCB ବଡ଼ ମେଡିକାଲ ସମ୍ପ୍ରସାରଣ ପାଇଁ ବସିଲା ସମୀକ୍ଷା ବୈଠକ । ଜବରଦଖଲ ଉଚ୍ଛେଦ ଓ ସମ୍ପ୍ରସାରଣକୁ ନେଇ ଉଭୟ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ମତ ଲୋଡ଼ିବା ସହ ଏହି ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ଆରଡିସି । ଅଧିକ ପଢନ୍ତୁ...

SCB ସମ୍ପ୍ରସାରଣ ନେଇ ରାଜସ୍ବ ଆୟୁକ୍ତ ଡାକିଲେ ସମୀକ୍ଷା ବୈଠକ

author img

By

Published : Jun 19, 2021, 7:36 AM IST

କଟକ: SCB ବଡ଼ ମେଡିକାଲ ସମ୍ପ୍ରସାରଣ ପାଇଁ ବସିଲା ସମୀକ୍ଷା ବୈଠକ । ଆରଡିସି ଅନୀଲ କୁମାର ସାମଲ ଏନେଇ ଏକ ଗୁରତ୍ବପୂର୍ଣ ବୈଠକ ଡାକିଥିଲେ । ଜବରଦଖଲ ଉଚ୍ଛେଦ ଓ ସମ୍ପ୍ରସାରଣକୁ ନେଇ ଉଭୟ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ମତ ଲୋଡ଼ିବା ସହ ଏହି ପ୍ରସଙ୍ଗ ଉପରେ ଆରଡିସି ସମୀକ୍ଷା କରିଛନ୍ତି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସମ୍ପ୍ରସାରଣ କାର୍ଯ୍ୟରେ ଗୋଟିଏ ଅସୁବିଧା ଆସୁଛି । ତାଳଦଣ୍ଡା କେନାଲ ନିକଟରେ ଥିବା ମାଲଗୋଦାମ ପର୍ଯ୍ୟନ୍ତ ଥିବା ବାମ ପାର୍ଶ୍ଵ ଜମି ଦକ୍ଷିଣପୂର୍ବ ରେଳବାଇ ଅଧୀନରେ ଆସୁଛି । ଯାହାକୁ ନେଇ ରେଳ ବିଭାଗର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା ।

ମୋଟାମୋଟି ଭାବରେ କହିବାକୁ ଗଲେ ଦକ୍ଷିଣ ପୂର୍ବ ରେଳବାଇ, ନାଁରେ ଥିବା 19 ଟି ପ୍ଲଟର 2.24 ଡିସିମିଲ ଜାଗା ସମ୍ପ୍ରସାରଣ ପାଇଁ ଆବଶ୍ୟକ ପଡୁଛି । ଯାହାର ଦର୍ଘ୍ୟ 408 ଓ ପ୍ରସ୍ଥ 22 ମିଟର ରହିଛି । ତେବେ ଏନେଇ ଜମି ଖୁବ ଶୀଘ୍ର ଚିହ୍ନଟ କରି ସଂପ୍ରସାରଣ ଦିଗକୁ ଆହୁରି ତ୍ବରାନ୍ବିତ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ଆୟୁକ୍ତ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.