ETV Bharat / state

Naba Das Firing Case: କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ - ଜଷ୍ଟିସ ଜେ ପି ଦାସ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । ମାମଲାର ତଦନ୍ତ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି ଦାସ । ଅନ୍ୟପଟେ ଘଟଣାରେ ପୁଣି ପୋଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନଙ୍କ ବଦଳି କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 1, 2023, 2:45 PM IST

Updated : Feb 1, 2023, 6:38 PM IST

କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେପି ଦାସ

କଟକ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା । କ୍ରାଇମବ୍ରାଞ୍ଚର ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି ଦାସ । ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ତଦନ୍ତରେ ସ୍ବଚ୍ଛତା ଲାଗି ହାଇକୋର୍ଟଙ୍କୁ ରାଜ୍ୟସରକାର ଅନୁରୋଧ କରିବା ସହ ଏହି ଚିଠି ଲେଖିଥିଲେ । ତେବେ ଏହି ଘଟଣାରେ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନଙ୍କ ବଦଳି କରାଯାଇଛି । ତାଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଇଛି।

କାହିଁକି ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଲା ଗୋପାଳ ଦାସ ? ସେ ଯଦି ମାନସିକ ଅବସ୍ଥାରେ ଭଲ ନଥିଲେ,ତେବେ କେବଳ ମନ୍ତ୍ରୀଙ୍କୁ କାହିଁକି ଗୁଳି କରିଲେ ? ଏହା ଯୋଜନାବଦ୍ଧ ଥିଲା କି ? ତାଙ୍କୁ କେହି ସୁପାରୀ ଦେଇଥିଲା କି ? ଏହା ଷଡ଼ଯନ୍ତ୍ର ହତ୍ୟାକାଣ୍ଡ ଥିଲା କି ? ଯଦି ଷଡ଼ଯନ୍ତ୍ର ରଚା ଯାଇଥିଲା, ତେବେ କେଉଁମାନେ ଏଥିରେ ସାମିଲ ଅଛନ୍ତି ? ଗୋପାଳଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି କି ? ଏହି ତମାମ ଦିଗକୁ ଲକ୍ଷ୍ୟ ରଖି ଯଦିଓ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ତଥାପି ଅଵସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଏହି ସମଗ୍ର ତଦନ୍ତ ପ୍ରକ୍ରିୟାରେ ତଦାରଖ କରିବେ। ଯାହା ତଦନ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକତା ରହିଛି । ତେବେ ଏହି ମାମଲାରେ ହାଇକୋର୍ଟ ପ୍ରତ୍ୟକ୍ଷ ଭାବରେ ତନାଘନା କରିଲେ ତଦନ୍ତ ପ୍ରକ୍ରିୟା ଆହୁରି ଗତିଶୀଳ ହେବ ବୋଲି ଆଇନ ବିଶାରଦ କହିଛନ୍ତି ।

ସୂଚନା ଥାଉ କି ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଗାନ୍ଧୀଛକଠାରେ ଗୁଳିମାଡ଼ ହୋଇଥିଲା । ପୋଲିସ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ASI ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ବେଳେ ଗୋଟିଏ ଗୁଳି ତାଙ୍କ ବାମ ପଟ ଛାତିରେ ବାଜିଥିଲା । ଏହି ଅଘଟଣରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିରୋଧୀ ଅଭିଯୋଗ ଆଣିଥିବା ବେଳେ ଗୃହ ବିଭାଗ ଓ ଗୁଇନ୍ଦା ବିଭାଗକୁ ଦାୟୀ କରିଛନ୍ତି । ଏଭଳି ଘଟଣା ଓଡ଼ିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ପ୍ରକୃତ ଅପରାଧୀକୁ ଧରିବା ଲାଗି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ ।

ଏହା ବି ପଢନ୍ତୁ- ନବ ଦାସଙ୍କ PSO ନିଲମ୍ବିତ: ବଦଳିଲେ ବ୍ରଜରାଜନଗର ଏସଡିପିଓ ଓ ଆଇଆଇସି, ଗୋପାଳ ଦାସକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ତଦନ୍ତ ପାଇଁ ଗତକାଲି ଆହୁରି ଗୋଟିଏ ଟିମ ଘଟଣାସ୍ଥଳକୁ ଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୮ ବଛା ବଛା ଦକ୍ଷ ଅଧିକାରୀଙ୍କୁ ଏହି ଟିମରେ ରଖାଯାଇଛି । ଡିଏସପି ବାସୁଦେବ ଭୂୟାଁଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମ ତଦନ୍ତରେ ସହଯୋଗ କରିବେ । ଏପରିକି ଅଭିଯୁକ୍ତକୁ ପରୀକ୍ଷା ନିରୀକ୍ଷା କରିବେ ଏହି ଟିମ । କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ସମସ୍ତ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଛନ୍ତି । ଘଟଣା ଘଟିଥିବା ସ୍ଥଳରେ ଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିବା ସୂଚନା ମିଳିଛି । ସେହିପରି ମନ୍ତ୍ରୀ ବ୍ୟବହାର କରିଥିବା ଗାଡିକୁ ମଧ୍ୟ ଯାଞ୍ଚ କରାଯାଇଛି । ଏହା ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ଉପଯୁକ୍ତ ପ୍ରମାଣ ସଂଗ୍ରହ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଫାରୋ 3D ସ୍କାନର ବ୍ୟବସ୍ଥା କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବର ଷ୍ଟେଟ ଫରେନସିକଲ୍ୟାବ ଟିମ୍ ବ୍ରଜରାଜନଗରରେ ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀ ଓ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଜେରା କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ତଦନ୍ତକାରୀ ଟିମ୍ କିଛି ପ୍ରମାଣ ସଂଗ୍ରହ କରିଥିବା ଜଣାପଡିଛି । ତେବେ ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ, ଗୁଳି ଓ ଗୋପାଳ ଦାସଙ୍କ ମୋବାଇଲକୁ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀଗୁଡିକୁ ଟେଷ୍ଟ କରିବାକୁ ଗତକାଲି ବାଲିଷ୍ଟିକ୍ ଲ୍ୟାବକୁ ପଠାଯାଇଛି । ତେବେ ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରୁଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଟକ

Last Updated : Feb 1, 2023, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.