କଟକ: ଅଠେଇଶି ଶହ ବଦଳରେ 42 ଶହ ଗ୍ରେଡପେ ଓ ବକୟା ଟଙ୍କା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଅବସରପ୍ରାପ୍ତ ଅଗ୍ନିଶମ କର୍ମଚାରୀ ସଂଘ । ଗତ 2013 ମସିହା ଜାନୁଆରୀ 1 ତାରିଖରୁ 42 ଶହ ଗ୍ରେଡପେ ରେ ପେନସନ ମିଳୁଥିଲା । କିନ୍ତୁ ସରକାର ଏହାକୁ ହ୍ରାସ କରି 28 ଶହ ଗ୍ରେଡପେ ରେ ପେନସନ ପ୍ରଦାନ କରୁଛନ୍ତି । ଯାହାକୁ ବିରୋଧ କରିଛନ୍ତି ଅବସରପ୍ରାପ୍ତ ଅଗ୍ନିଶମ କର୍ମଚାରୀ ।
ଏନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଅବସର ଅଗ୍ନିଶମ କର୍ମଚାରୀ । ତେବେ ବାଧ୍ୟ ହୋଇ ସୋମବାର ଠାରୁ ଦରମା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ରାଜ୍ୟ ଅଗ୍ନିଶମ ବିଭାଗର ମହାନିର୍ଦେଶକ କାର୍ଯ୍ୟଳୟ ଆଗରେ ଧାରଣା ଦେଇଛନ୍ତି । ତେବେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ