ETV Bharat / state

ଖୁଚୁରା ବିକ୍ରେତା ସଂଘର ପ୍ରତିବାଦ - କଟକରେ ଖୁଚୁରା ବିକ୍ରେତା ସଂଘର ପ୍ରତିବାଦ

ବିଭିନ୍ନ ସମସ୍ୟା ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଖୁଚୁରା ବିକ୍ରେତା ସଂଘ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ

ଖୁଚୁରା ବିକ୍ରେତା ସଂଘର ପ୍ରତିବାଦ
ଖୁଚୁରା ବିକ୍ରେତା ସଂଘର ପ୍ରତିବାଦ
author img

By

Published : Jul 12, 2022, 8:12 AM IST

କଟକ: 8 ଦଫା ଦାବି ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଟକ ଜିଲ୍ଲା ଖୁଚୁରା ବିକ୍ରେତା ସଂଘ । କଟକ ଜିଲ୍ଲା ଖୁଚୁରା ବିକ୍ରେତା ସଂଘର କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭା କରିଥିଲେ ।

ଖୁଚୁରା ବିକ୍ରେତା ସଂଘର ପ୍ରତିବାଦ

ସଂଘ ପକ୍ଷରୁ 8 ଦଫା ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଟକର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବିଭିନ୍ନ ସେବା ପ୍ରଦାନ ବାବଦରେ ବକେୟା ପ୍ରାପ୍ୟ ପ୍ରଦାନ, e-POS ମେସିନ, ଯନ୍ତ୍ରାଂଶ ଯୋଗାଣ ଓ ସେ ସମ୍ପର୍କିତ ବ୍ୟବହାରିକ ଖର୍ଚ୍ଚ ପ୍ରଦାନ, ମୃତ୍ୟୁବରଣ କରିଥିବା ଖୁଚୁରା ବିକ୍ରେତାଙ୍କ ପରିବାର ବର୍ଗଙ୍କୁ ପୁନଃ ନିଯୁକ୍ତି, ତିନି ବର୍ଷ ପରେ ନବୀକରଣ ଆଦେଶ ପ୍ରଦାନ ଆଦି ବିଭିନ୍ନ ଦାବି ସଙ୍ଘ ପକ୍ଷରୁ ଉପସ୍ଥାପନ କରାଯାଇଛି । ଦାବି ପୂରଣ ନହେଲେ ଆସନ୍ତା ଜୁଲାଇ 18 ତାରିଖରେ ଭୁବନେଶ୍ବର ଓ ଅଗଷ୍ଟ 2 ତାରିଖରେ ଦିଲ୍ଲୀ ଜନ୍ତରମନ୍ତରରେ ମଧ୍ୟ ପ୍ରତିବାଦ ସଭା କରିବାକୁ ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.