ETV Bharat / state

କଟକରେ ପତାକା ଉତ୍ତୋଳନ କଲେ ଅର୍ଥମନ୍ତ୍ରୀ

author img

By

Published : Jan 26, 2023, 2:27 PM IST

କଟକ ବାରବାଟୀରେ ପାଳିତ ହେଲା 74 ତମ ସାଧାରଣତନ୍ତ୍ର ଦିବସ। କଟକରେ ପତାକା ଉତ୍ତୋଳନ କଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

republic day celebrated in cuttack
republic day celebrated in cuttack
republic day celebrated in cuttack

କଟକ: ଆଜି 74ତମ ଗଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲି ସବୁଠି ଉଡୁଛି ତ୍ରିରଙ୍ଗା । ଜାତୀୟ ସଙ୍ଗୀତରେ ଗୁଞ୍ଜରିତ ହେଲା ପରିବେଶ । ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ । ଆଜି କଟକ ବାରବାଟୀରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଅର୍ଥମନ୍ତ୍ରୀ ପତାକା ଉତ୍ତୋଳନ ପରେ କହିଥିଲେ ଯେ, ''ଗଣତନ୍ତ୍ର ଦିବସ ଉପଲକ୍ଷେ ଦେଶରେ ସାର୍ବ୍ୟଭମ୍ୟ ,ଅଖଣ୍ଡତାକୁ ସର୍ବଦା କିପରି ବଜାୟ ରଖି ହେବ ତାହା ଉପରେ ଗୁରୁତ୍ୱଆରୋପ କରିଥିଲେ ମନ୍ତ୍ରୀ। ତେବେ କଟକର ବିକାଶ ପାଇଁ ସର୍ଵଦା ଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗମୀ ଦିନରେ କଟକ ଏକ ନୂଆ ରୂପ ପାଇବ ବୋଲି କହିଥିଲେ ଅର୍ଥମନ୍ତ୍ରୀ ।''

ଆଜି ବାରବାଟୀ ଷ୍ଟାଡିଅମରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ପରେଡ଼ରେ ମୋଟ 40ଟି ଗ୍ରୁପ ଯୋଗ ଦେଇଥିଲେ । ଏଥିମଧ୍ୟରୁ ପୋଲିସ ବ୍ୟାଣ୍ଡ ମିଶାଇ 4ଟି ଟ୍ରୁପ ପୋଲିସ ପକ୍ଷରୁ ମଧ୍ୟ ପରେଡ଼ ପ୍ରଦର୍ଶନରେ ଭାଗନେଇଥିଲେ। ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମେଧାବୀ ଛାତ୍ରଛାତ୍ରୀ, ସମାଜସେବୀ, ପୋଲିସ ଅଧିକାରୀ, ସାମ୍ବାଦିକମାନଙ୍କୁ ପୁରସ୍କୃତ କରଯାଇଥିଲା । ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କଟକରେ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଦାଇତ୍ୱରେ 4 ଅତିରିକ୍ତ ଡିସିପି 12 ଜଣ ଏସିପିପି 50 ଜଣ ଅଧିକାରୀଙ୍କ ସମେତ ମୁତୟନ ହୋଇଥିବା ବେଳେ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

ଆଜି ଭୁବନେଶ୍ବରେ ଆୟୋଜିତ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଥିଲା । ଗାନ୍ଧୀମାର୍ଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.