ETV Bharat / state

କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ଅମ୍ପାୟାରକୁ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଆୟୋଜକଙ୍କ ମୃତ୍ୟୁ

author img

By

Published : Apr 2, 2023, 8:14 PM IST

ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗଣ୍ଡଗୋଳ ପରେ ଆୟୋଜକଙ୍କ ଛୁରାମାଡ଼ରେ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

Cricket Committee Organizer stabbed to death

କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅଘଟଣ, ଅମ୍ପାୟାରକୁ ବଞ୍ଚାଇବାକୁ ଯାଇ ଆୟୋଜକଙ୍କ ଛୁରାମାଡ଼ରେ ମୃତ୍ୟୁ

କଟକ: କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ପଡ଼ିଆ ଭିତରେ ଘଟିଲା ଅଘଟଣ । ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ କରି ପ୍ରଥମେ ଅମ୍ପାୟାରକୁ ମାଡ଼ ଏବଂ ପରେ ଅମ୍ପାୟାରଙ୍କ ବଞ୍ଚାଇବାକୁ ଯାଇ ଛୁରାମାଡ଼ରେ ଗଲା ଆୟୋଜକ କମିଟି ସଦସ୍ୟଙ୍କ ଜୀବନ । କଟକ ଚୌଦ୍ବାର ମହିଁଷାଲଣ୍ଡାଠାରେ ଘଟିଥିବା ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଳ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ଛୁରାମାଡ଼ କରି ଫେରାର ଥିବା ବେଳେ ପୋଲିସ ତାକୁ ଧରିବା ଲାଗି ପ୍ରୟାସ ଜାରି ରଖିଛି ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ତେବେ କୁହାଯାଇପାରିବ ଝିମିଟି ଖେଳରୁ ମହାଭାରତ ଭଳି, କ୍ରିକେଟ ଖେଳକୁ ନେଇ ହତ୍ୟାକାଣ୍ଡ ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚୌଦ୍ବାର ମହିଁଷାଲଣ୍ଡା ପଞ୍ଚାୟତରେ । ହତ୍ୟାକାଣ୍ଡ ପୁଣି ଅତି ବିଭତ୍ସ ଥିଲା । ପଡ଼ିଆ ମଝିରେ ମ୍ୟାଚ ଆୟୋଜନ କମିଟିର ସଦସ୍ୟଙ୍କୁ ସର୍ବସମ୍ମୁଖରେ ଛୁରାମାଡ କରି ହତ୍ୟା କରାଗଲା ।

ଏହା ବି ପଢନ୍ତୁ-ଜବରଦଖଲର ନୂଆ ଫଣ୍ଡା, ରାଜଧାନୀରେ ମାତିଛନ୍ତି ମହିଳା ଗୁଣ୍ଡା

ମୃତକ ଯୁବକଙ୍କ ନାଁ ଲକି ରାଉତ ଓ ସେ ମ୍ୟାଚ ଆୟୋଜକ ବୋଲି ଜଣାପଡ଼ିଛି । ଛୁରାମାଡ଼ ପରେ ରାଗ ଶାନ୍ତ ହେଲା ନାହିଁ ଯେ ଆହତ ଲକିଙ୍କ ମୁଣ୍ଡକୁ ବ୍ୟାଟରେ ଆକ୍ରମଣ କରିବାକୁ ପଛାଇ ନଥିଲା ଅଭିଯୁକ୍ତ । ଗୁରୁତର ଆହତ ଅବସ୍ଥାରେ ଲକିଙ୍କୁ ପ୍ରଥମେ ସ୍ଥାନୀୟ ଏକ ହସ୍ପିଟାଲ ଓ ପରେ ଏସସିବି ସ୍ଥାନାନ୍ତରିତ କରାଯାଇଥିଲା । ଯେଉଁଠିକି ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ଘଟଣା ପରେ ଛୁରାମାଡ଼ କରିଥିବା ସ୍ମୃତିରଞ୍ଜନ ରାଉତ ଫେରାର ହୋଇଥିବା ବେଳେ ଜଗା ରାଉତ ନାମକ ଜଣେ ଯୁବକଙ୍କୁ ପୋଲିସ ଗରିଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଘଟଣାଟି ଥିଲା କିଛି ଏମିତି:- ଚୌଦ୍ଵାର ଥାନା ଅନ୍ତର୍ଗତ ମହିଁଷାଲଣ୍ଡା ଗାଁରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲୁଥିଲା । ସ୍ଥାନୀୟ ଅଞ୍ଚଳର ୨ଟି ଗାଁ ବରହ୍ମପୁର ଓ ଶଙ୍କରପୁରର ଟିମ୍‌ ପରସ୍ପର ବିପକ୍ଷରେ ମ୍ୟାଚ ଖେଳୁଥିଲେ । ଖେଳ ଚାଲୁଥିବା ସମୟରେ ଅମ୍ପାୟାର ପ୍ରୀତିରଞ୍ଜନ ସାମଲ ଭୁଲ ନିଷ୍ପତ୍ତି ଦେଇଥିବା ଅଭିଯୋଗ ପଡ଼ିଆ ବାହାରେ ଥିବା ଜଗା ରାଉତ ନାମକ ଜଣେ ଅଣ ଖେଳାଳି ପଡ଼ିଆ ମଧ୍ୟକୁ ପଶି ଅମ୍ପାୟାର ପ୍ରୀତିରଞ୍ଜନ ସାମଲଙ୍କୁ ମାଡ଼ ମାରିଥିଲେ । ଏହା ପରେ ସେଠାରେ ମୁଖ୍ୟ ଅଭିଯୁକ୍ତ ସ୍ମୁତିରଞ୍ଜନ ରାଉତ ପହଞ୍ଚି ଏକ ଧାରୁଆ ଛୁରୀରେ ମହିଁଷାଲଣ୍ଡା ଗ୍ରାମର ଲକି ରାଉତକୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣା ଭିଆଇବା ପରେ ଅଭିଯୁକ୍ତ ସ୍ମୁତିରଞ୍ଜନ ସେଠାରୁ ଫେରାର ହୋଇଯାଇଥିବା ବେଳେ ଜଗାକୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.