ETV Bharat / state

ହାରିବା ବଡ଼ କଥା ନୁହେଁ ଲୋକଙ୍କ ସହ ରହିବା ବଡ଼ କଥା: ଶ୍ରୀତମ

author img

By

Published : Mar 27, 2022, 1:38 PM IST

କଟକ ମହାନିଗମରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି । ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ନିର୍ବାଚନରେ ପରାଜିତ ହେବାପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

reaction of cuttack bjp mayor candidate sritam das
ହାରିବା ବଡ଼ କଥା ନୁହେଁ ଲୋକଙ୍କ ସହ ରହିବା ବଡ଼ କଥା: ଶ୍ରୀତମ

କଟକ: ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । କଟକ ମହାନିଗମରେ ବିପୁଳ ଭୋଟରେ ବାଜିମାତ କରିଛି ବିଜେଡି । ମେୟର ପଦବୀକୁ ନେଇ ବିଜେପି ଓ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି । ନିଜ ଅଭିନୟରେ ସାରା ରାଜ୍ୟବାସୀଙ୍କୁ ଯାଦୁ କରିଥିବା ଚର୍ଚ୍ଚିତ ଚେହେରା ତଥା ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ପରାଜୟ ହୋଇଛନ୍ତି ।

ପୌର ଲଢେଇରେ ଶ୍ରୀତମ ପରାଜୟ ବରଣ କରିବାପରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପରାଜୟ ବଡ଼ କଥା ନୁହେଁ, ନିର୍ବାଚନରେ ବିଜୟ ପରାଜୟ ହେଉଛି ମୁଦ୍ରାର ଦୁଇଟି ପାର୍ଶ୍ଵ ପରି । ତେବେ ତାଙ୍କର ପରାସ୍ତକୁ ସେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି । କିନ୍ତୁ କଟକିଆ ହିସାବରେ କଟକ ପାଇଁ ସର୍ବଦା ରହିବା ବଡ଼ କଥା । ପରାଜୟ ପରେ ଜନତାଙ୍କଠାରୁ ଅନେକ ପ୍ରାର୍ଥୀ ମୁଁହ ଫେରାଇ ଦିଅନ୍ତି । ହେଲେ ମୁଁ ସେମାନଙ୍କ ମଧ୍ୟରୁ ନୁହେଁ କହିଛନ୍ତି ଶ୍ରୀତମ । ସେ ଯେଉଁ ମୁଦ୍ଦା ନେଇ ନିର୍ବାଚନ ମୈଦାନକୁ ଆସିଥିଲେ ତାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି । ନିର୍ବାଚନରେ ତାଙ୍କୁ 50,000 ଭୋଟ ମିଳିଥିବାରୁ ସେ କଟକବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଭଲ ପାଇବାକୁ ଆଗାମୀ ଦିନରେ କଟକର ବିକାଶର କାର୍ଯ୍ୟରେ ଲଗାଇବେ କହିଛନ୍ତି ଶ୍ରୀତମ ଦାସ ।

ଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.