ETV Bharat / state

ସିଲଭରସିଟିରେ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ କଲା ସିଏମସି - ରଥଯାତ୍ରା 2023

କଟକରେ ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

rath yatra preparation meeting
rath yatra preparation meeting
author img

By

Published : Jun 2, 2023, 10:34 AM IST

rath yatra preparation meeting

କଟକ: ପାଖେଇ ଆସୁଛି ଘୋଷଯାତ୍ରା । ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାପ୍ରଭୁ । ମହାପ୍ରଭୁଙ୍କ ରଥଯାତ୍ରାକୁ ଚାତକ ପରି ଚାହିଁ ରହିଛି ଭକ୍ତ । ଏନେଇ ପୁରୀରେ ଜୋରଦାରରେ ପ୍ରସ୍ତୁତି ଜାରି ରହିଛି । ଏପଟେ କଟକରେ ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ସରିଛି ପ୍ରସ୍ତୁତି ବୈଠକ । ଏହି ବୈଠକରେ ସିଏମସି କମିଶନର ଓ ମେୟର ବିଭିନ୍ନ ବିଭାଗର ଅଧିକାରୀ ଏବଂ ମହାନଗର ନିଗମ ଶାନ୍ତି କମିଟି, ଦୋଳମୁଣ୍ଡାଇ ରାଣୀହାଟ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ରଥଯାତ୍ରା ପୂର୍ବରୁ ରାସ୍ତା ଘାଟ, ବିଦ୍ୟୁତ, ପାଣି ଏବଂ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇ ଶେଷ କରାଯିବ ବୋଲି କହିଛନ୍ତି ମେୟର ।

କଟକରେ ବହୁ ବର୍ଷ ଧରି ରଥଯାତ୍ରା ବେଶ ଆଡ଼ମ୍ବର ସହ ପାଳନ ହୋଇଆସୁଛି । ବିଶେଷକରି ଚାନ୍ଦିନୀ ଚୌକ, ଦୋଳ ମୁଣ୍ଡାଇ, ରାଣୀ ହାଟ, ଯୋବ୍ରା, ମହାନଦୀ ବିହାରରେ ବଡ଼ ରଥ ନିର୍ମାଣ ହୋଇଥାଏ । ଯେଉଁଠି ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ତେବେ ବଡ଼ ରଥ ରାସ୍ତାରେ ଯିବା ସମୟରେ ରାସ୍ତାଘାଟରେ ଯେପରି ରଥ ସୁରୁଖୁରୁରେ ଯାଇ ପାରିବ ଏଥିସହ ଜନ ସମାଗମ ନିୟନ୍ତ୍ରଣକୁ ଆଖି ଆଗରେ ରଖି ସିଏମସି କମିଶନରେଟ ପୋଲିସର ସହାୟତା ନେବ ।

ଏହାଛଡ଼ା ସହରର ପରିମଳ, ପାନୀୟ ଜଳ ଯୋଗାଣ ବିଦ୍ୟୁତ ଯୋଗାଣ ଇତ୍ୟାଦି ଉପରେ ନଜର ରଖିଛି କଟକ ମହାନଗର ନିଗମ । ବର୍ତ୍ତମାନ ସୁଦ୍ଧା ଯେଉଁ ପୂଜା କମିଟି ଏହି ଆୟୋଜନ କରୁଛନ୍ତି ସେମାନଙ୍କ ସହ ଆଲୋଚନା କରିଛନ୍ତି ମେୟର ଓ କମିଶନର । ଘୋଷ ଯାତ୍ରା ଓ ବାହୁଡା ଯାତ୍ରାରେ ଯେପରି ଏହି ଯୋଜନା ସଫଳ ହେବ ସେନେଇ ଶାନ୍ତି କମିଟି ଓ ପୂଜା କମିଟି ସହ ଆଲୋଚନା ଶେଷ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ସ୍ନାନଯାତ୍ରା: ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା, ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ

ତେବେ ହାତରେ ଆଉ କମ ଦିନ ରହିଥିବାରୁ ଏହି ସମସ୍ତ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର । ଅନ୍ୟପଟେ କଟକରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରର କାରିଗର ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିଶନରେଟ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିବା ନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.