କଟକ: ଦିନକୁ ଦିନ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏଭଳି ସ୍ଥିତିରେ ରଥଯାତ୍ରା କିପରି ହେବ। ସେନେଇ କିଛି ସ୍ବେଚ୍ଛାସେବୀ ହାଇକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ଏହି ମାମଲାର ବିଚାରକରି ହାଇକୋର୍ଟ ମଙ୍ଗବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଶୁଣାଇଛନ୍ତି ।
ରଥଯାତ୍ରା ସମ୍ପର୍କରେ କେବଳ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିବେ । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ଏହା କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସେହିପରି ରଥଯାତ୍ରା ବନ୍ଦ କରିବା ନେଇ ରୁଜୁ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ମେସିନ ମାଧ୍ୟମରେ ରଥ ଟାଣିବା ପାଇଁ ଅନୁମତି ପ୍ରଦାନ କରିବା ଆବେଦନକୁ ବି କୋର୍ଟ ଖାରଜ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ