ETV Bharat / state

ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ପୁରୀ ଏସପିଙ୍କ ସତ୍ୟପାଠ ଦାଖଲ

author img

By

Published : Dec 14, 2020, 5:33 PM IST

ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରଯାଇଛି ।

ହାଇକୋର୍ଟରେ ପୁରୀ ଏସପି ଦାଖଲ କଲେ ସାତ୍ୟପାଠ
ହାଇକୋର୍ଟରେ ପୁରୀ ଏସପି ଦାଖଲ କଲେ ସାତ୍ୟପାଠ

କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ପୋଲିସ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରଯାଇଛି। ଚଳିତମାସ ଡିସେମ୍ବର ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ହାଇକୋର୍ଟରେ ପୁରୀ ଏସପି ଦାଖଲ କଲେ ସାତ୍ୟପାଠ
ହାଇକୋର୍ଟରେ ପୁରୀ ଏସପି ଦାଖଲ କଲେ ସାତ୍ୟପାଠ

ଏନଏଚଆରସି ଗାଇଡ଼ଲାଇନ ଅନୁଯାୟୀ ତଦନ୍ତ ଜାରି ରହିଥିବା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ପୁରୀ ଏସପି। ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଘଟଣା ଆସିଛି ।

ଏନଏଚଆରସିରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳ ପରିଦର୍ଶନ କରି ଏସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଯୋନ ସ୍ବତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ଏସପି ଏନେଇ ଜିଲା ଦୌରାଜଜଙ୍କୁ ଅବଗତ କରାଇବା ପରେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ସୂଚନାଯୋଗ୍ୟ, ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବି ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.