ETV Bharat / state

ପୁରୀ ହାଜତ ମୃତ୍ୟୁ ମାମଲା,ହାଜତ ମୃତ୍ୟୁ ହୋଇ ନଥିବା ସତ୍ୟପାଠରେ ଉଲ୍ଲେଖ

author img

By

Published : Jan 11, 2021, 1:47 PM IST

Updated : Jan 11, 2021, 3:22 PM IST

ପୁରୀ ହାଜତ ମୃତ୍ୟୁ ମାମଲା
ପୁରୀ ହାଜତ ମୃତ୍ୟୁ ମାମଲା

13:38 January 11

ପୁରୀ ହାଜତ ମୃତ୍ୟୁ ମାମଲା,ହାଜତ ମୃତ୍ୟୁ ହୋଇ ନଥିବା ସତ୍ୟପାଠରେ ଉଲ୍ଲେଖ

କଟକ:ପୁରୀ ହାଜତ ମୃତ୍ୟୁ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ । ପୁରୀ ହାଜର ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରଯାଇଛି। ଏହା ହାଜତ ମୃତ୍ୟୁ ନୁହେଁ ବୋଲି, ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।

ଏହାସହ ଆବେଦନ ହୋଇଥିବା ଏହି ଜନସ୍ବାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦର୍ଶାଯାଇଛି। ଏହାସହ ପୁରୀ ଏସପିଙ୍କ ପକ୍ଷରୁ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଛି। ଜାନୁଆରୀ ୨୨ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ଓକିଲ ଦୀପକ ମହାପାତ୍ରଙ୍କ ଏହି ସୂଚନା ଦେଇଛନ୍ତି। 

ପୂର୍ବରୁ ପୁରୀ ଏସପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଏହି ଘଟଣା ଆସିଛି। ଏନଏଚଆରସିରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳ ପରିଦର୍ଶନ କରି, ଏସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଜୋନ ସ୍ବତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ହୋଇଥିଲା।

ପୁରୀ ଏସପି ଏନେଇ ଜିଲ୍ଲା ଦୌରାଜଜଙ୍କୁ ଜଣାଇଥିବା ବେଳେ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି। ରାଜ୍ୟ  ସରକାରଙ୍କ ପକ୍ଷରୁ ମୃତକଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତୀକାଳୀନ କ୍ଷତିପୂରଣ  ପ୍ରଦାନ କରାଯାଇଥିବା କଥା ମଧ୍ୟ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।  

ସୂଚନାଯୋଗ୍ୟ ପୁରୀ ହାଜତ  ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ 

Last Updated : Jan 11, 2021, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.