ETV Bharat / state

ପୁରୀ ହାଜତ ମୃତ୍ୟୁ ମାମଲା, ଆସନ୍ତା ମେ 13ରେ ପରବର୍ତ୍ତୀ ଶୁଣାଣି

author img

By

Published : Mar 18, 2021, 6:33 PM IST

ପୁରୀ ହାଜତ ମୃତ୍ୟୁ ମାମଲା । ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୁରୀ ଜିଲ୍ଲା ଜଜଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ମେ 13କୁ ଘୁଞ୍ଚିଲା ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ...

ପୁରୀ ହାଜତ ମୃତ୍ୟୁ ମାମଲା, ଆସନ୍ତା ମେ 13ରେ ପରବର୍ତ୍ତୀ ଶୁଣାଣି
ପୁରୀ ହାଜତ ମୃତ୍ୟୁ ମାମଲା, ଆସନ୍ତା ମେ 13ରେ ପରବର୍ତ୍ତୀ ଶୁଣାଣି

କଟକ: ପୁରୀ ହାଜତ ମୃତ୍ୟୁ ମାମଲାର ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ ମାଜିଷ୍ଟ୍ରେଟଙ୍କ ତଦନ୍ତ ରିପୋର୍ଟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ତେବେ ଏହି ତଦନ୍ତ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ ହୋଇପାରି ନଥିବାରୁ ଆଗାମୀ ଶୁଣାଣି ସମୟରେ ଏହା ଦାଖଲ କରିବାକୁ ପୁରୀଜିଲ୍ଲା ଜର୍ଜ କୋର୍ଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ଗତ ଜାନୁୟାରୀ ୨୭ ତାରିଖରେ ରିଜେଣ୍ଡର ଦାଖଲ କରଯାଇଥିଲା । ମୃତକ କେ ରମେଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କେସ ନମ୍ବର ୩୧୮/୨୦୨୦ ରେ ଏତଲା ବିବରଣୀରେ ଟାମ୍ପରିଂ ହୋଇଥିବା ଏହି ରିଜେଣ୍ଡରରେ ଅଭିଯୋଗ କରିଥିଲେ ଆବେଦନକାରୀ । ଏହାର ଜବାବ ଷ୍ଟାଟସ ରିପୋର୍ଟ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତା' ପୂର୍ବରୁ ଜାନୁଆରୀ ୧୧ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ଏହା ହାଜତ ମୃତ୍ୟୁ ନୁହେଁ ବୋଲି ଏହି ସତ୍ୟପାଠରେ ଦର୍ଶାଇଥିଲେ ପୁରୀ ଏସପି । ଏହାସହ ଆବେଦନ ହୋଇଥିବା ଏହି ଜନସ୍ୱାର୍ଥ ମାମଲା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଦର୍ଶାଇଥିଲେ ।

ପୁରୀ ଏସପିଙ୍କ ପକ୍ଷରୁ ହାଇକୋର୍ଟରେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିଲା । ପୂର୍ବରୁ ପୁରୀ ଏସପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଏହି ଘଟଣା ଆସିଛି । ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ମଧ୍ୟବର୍ତ୍ତୀକାଳୀନ କ୍ଷତିପୂରଣ ପ୍ରଦାନ କରାଯାଇଥିବା କଥା ମଧ୍ୟ ପୂର୍ବରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ ପୁରୀ ହାଜତ ମୃତ୍ୟୁ ମାମଲାରେ ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ, ଉପଯୁକ୍ତ କ୍ଷତିପୂରଣ ସହ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ପୁରୀ ଏସପିଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.