ETV Bharat / state

ମନ୍ଦିର ଖୋଲିବା ଓ ଠାକୁର ଦର୍ଶନ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Aug 3, 2020, 2:57 PM IST

Updated : Aug 3, 2020, 5:03 PM IST

କୋଭିଡ ନିୟମ ଅନୁଯାୟୀ, ସାମାଜିକ ଦୂରତା ବଜାୟ ରଖି ମନ୍ଦିରରେ ଦିଅଁ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରିବାକୁ କୋର୍ଟରେ ପ୍ରାର୍ଥନା କରାଯାଇଛି ।

ctc high court
ମନ୍ଦିର ଖୋଲିବା ଓ ଠାକୁର ଦର୍ଶନ ନେଇ ଜନସ୍ବାର୍ଥ ମାମଲା

କଟକ: ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ସହ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ପ୍ରଦାନ କରିବାକୁ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ପୁରୀର ତ୍ରିଲୋଚନ ମିଶ୍ର ନାମକ ଏହି ମାମଲା ରୁଜୁ କରିଛନ୍ତି ।

ବିଶେଷକରି କୋଭିଡ ନିୟମ ଅନୁଯାୟୀ, ସାମାଜିକ ଦୂରତା ବଜାୟ ରଖି ମନ୍ଦିରରେ ଦିଅଁ ଦର୍ଶନ କରିବାକୁ ଅନୁମତି ପ୍ରଦାନ କରିବାକୁ କୋର୍ଟରେ ପ୍ରାର୍ଥନା କରାଯାଇଛି । ଏହି ମାମାଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ,ଶ୍ରୀମନ୍ଦିର ପ୍ରଶାସକ ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସୂଚନା ଅନୁସାରେ, କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖାଯାଇଛି । ଅଗଷ୍ଟ 1ରୁ ଅନଲକ-3 ପର୍ଯ୍ୟାୟ ଆରମ୍ଭରେ ମଧ୍ୟ ଭକ୍ତକୁ ଠାକୁର ଦର୍ଶନ ଓ ମନ୍ଦିର ଖୋଲିବା ଉପରେ କଟକଣା ଲଗାଇ ଅଗଷ୍ଟ 31କୁ ବଳବତ୍ତର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 3, 2020, 5:03 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.