କଟକ: ସମସ୍ତ କୋଭିଡ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗେଇବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏହି ଜନସ୍ବାର୍ଥ ମାମଲା । ଏହାଦ୍ବାରା ରୋଗୀ ବିଷୟରେ ସମ୍ପର୍କୀୟ ସମସ୍ତ ତଥ୍ୟ ପାଇ ପାରିବେ ବୋଲି କୁହାଯାଇଛି ।
ସିସିଟିଭି କ୍ୟାମେରା ଲଗାଇ ବାହାରେ ଡିସପ୍ଲେ କରାଗଲେ ରୋଗୀଙ୍କ ସଂପର୍କୀୟ ଚିକିତ୍ସା ବିଷୟରେ ସବୁ ଜାଣି ପାରିବେ । ଏହାଦ୍ବାରା ଚିକିତ୍ସା ବ୍ୟବସ୍ଥାରେ ପାରଦର୍ଶିତା ଆସିବ ବୋଲି ଜନସ୍ବାର୍ଥ ମାମଲାରେ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ଗୃହ ବିଭାଗ ସ୍ବାସ୍ଥ୍ୟ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ