ETV Bharat / state

ଧରାପଡିଛି ସାଇକୋ କିଲର୍‌ ନାରାୟଣ: ପ୍ରକୃତ ହତ୍ୟାକାରୀ କି ନୁହେଁ, ଉଠୁଛି ପରଦା - ଫରେନସିକ୍ ଟିମ

କଟକରେ ସଂଗଠିତ ସିରିୟଲ ହତ୍ୟାକାଣ୍ଡର ନାରାୟଣ ସାହୁ ପ୍ରକୃତ ହତ୍ୟାକାରୀ କି ନୁହେଁ? ଏ ସବୁ ପ୍ରଶ୍ନ ଉପରୁ ପୋଲିସ ପରଦା ହଟାଇବା ପାଇଁ ଜୋରଦାର ଖୋଳତାଡ କରୁଛି । ଗୁରୁବାର ଘଟଣାସ୍ଥଳ ଯାଞ୍ଚ କରିଛି ଫରେନସିକ୍ ଟିମ । ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରିଛି ।

ଡିଜାଇନ ଫଟୋ
author img

By

Published : Aug 1, 2019, 12:22 PM IST

କଟକ: ପୋଲିସ କବ୍ଜାରେ ସାଇକୋ କିଲର୍‌ । ହେଲେ କଟକରେ ଏହି ସିରିଏଲ ହତ୍ୟାକାଣ୍ଡର ନାରାୟଣ ସାହୁ ପ୍ରକୃତ ହତ୍ୟାକାରୀ କି ନୁହେଁ? ଏ ସବୁ ପ୍ରଶ୍ନ ଉପରୁ ପୋଲିସ ପରଦା ହଟାଇବା ପାଇଁ ଜୋରଦାର ଖୋଳତାଡ କରୁଛି । ଏନେଇ ଗୁରୁବାର ଘଟଣାସ୍ଥଳ ଯାଞ୍ଚ କରିଛି ଫରେନସିକ୍ ଟିମ । ଓଏମପି୍‌ ଛକ ଠାରେ ଘଟିଥିବା ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରିଛି । ଯାଞ୍ଚ ସ୍ଥଳକୁ କିଲର୍‌ ନାରାୟଣ ସାହୁକୁ ନେଇଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଓଏମପି ଛକରେ ଯେଉଁଠି ନାରାୟଣ ସାହୁ ରହୁଥିଲା, ସେଠାକୁ ନାରାୟଣକୁ ନେଇ ପୋଲିସ ଖୋଳତାଡ଼ କରିଛି । ନାରାୟଣ ଯେଉଁ ସାର୍ଟ, ପ୍ୟାଣ୍ଟ, ଗାମୁଛା ଓ ହତ୍ୟା ପାଇଁ ଯେଉଁ ଅସ୍ତ୍ର ବ୍ୟବହାର କରିଥିଲା, ତାହାକୁ ଏକ ଅଳିଆ ଗଦା ଭିତରେ ରଖିଥିବା ଖବର ମିଳିଥିଲା । ପୋଲିସ ଉପସ୍ଥିତିରେ ସେହି ଅଳିଆ ଗଦାରୁ ନାରାୟଣ ଏ ସମସ୍ତ ବ୍ୟବହୃତ ସାମଗ୍ରୀକୁ ବାହାର କରିଥିଲା। ଏହାସହ ସେ ହତ୍ୟାକାଣ୍ଡ ସମୟରେ ବ୍ୟବହାର କରିଥିବା ସାମଗ୍ରୀକୁ ସାଇଟିଫିକ୍‌ ଟିମ ଜବତ କରିଛି । ଏହି ସିରିଏଲ ହତ୍ୟାକାଣ୍ଡରେ ଓଏମପି ଛକ ହତ୍ୟା ଘଟଣାରେ ନାରାୟଣ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଥିବା ସୂଚନା ମିଳିଛି । ଅନ୍ୟ ଦୁଇଟିରେ ପୋଲିସ ନାରାୟଣ ସାହୁକୁ ଘନ ଘନ ପଚାର-ଉଚୁରା କରୁଥିବାବେଳେ ନାରାୟଣ ମୁହଁ ଖୋଲୁ ନଥିବା ସୂଚନା ମିଳିଛି ।

ଅନ୍ୟପଟେ ପୋଲିସର ଦ୍ଵାରସ୍ତ ହୋଇଛନ୍ତି ସାଇକୋ କିଲର ନାରାୟଣ ସାହୁଙ୍କ ପତ୍ନୀ । ଏହାସହ ତାଙ୍କ ସ୍ଵାମୀଙ୍କୁ ଫସେଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, କଟକରେ ତିନିଟି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହାପରେ ସିସିଟିଭି ଫୁଟେଜ ଓ ଫରେନ୍‌ସିକ୍‌ ରିପୋର୍ଟ ଆଧାରରେ ହତ୍ୟାକାରୀ ନାରାୟଣକୁ ଚିହ୍ନଟ କରାଯାଇଥିଲା । ପରେ ପୋଲିସ ସିରିଆଲ୍‌ କିଲର ନାରାୟଣକୁ ନୟାଗଡ଼ରୁ ଗିରଫ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଟ୍ରିପଲ ମର୍ଡର ଘଟଣାରେ ଆଜି ଘଟଣା ସ୍ଥଳରେ ଯାଞ୍ଚ କରିଛି ଫରେନସିକ୍ ଟିମ।ଓଏମପି ଛକ ଠାରେ ଘଟିଥିବା ହତ୍ୟା କାଣ୍ଡ ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ ପହଞ୍ଚି ତନ ତନ କରି ଯାଞ୍ଚ କରିଛି।ଯାଞ୍ଚ ସ୍ଥଳକୁ ନାରାୟଣ ସାହୁ କୁ ପୋଲିସ ନେଇ ଯାଞ୍ଚ କରିଥିବା ସୂଚନା ମିଳିଛି।ତେବେ ଓଏମପି ଛକ ଠାରେ ଯେଉଁ ଠାରେ କି ନାରାୟଣ ରହୁଥିଲା ସେଠାକୁ ପୋଲିସ ନେଇ ଖୋଳତାଡ଼ କରିଛି ପୋଲିସ।ସୂଚନା ଅନୁଯାୟୀ ନାରାୟଣ ଯେଉଁ ସାର୍ଟ ,ପ୍ୟାଣ୍ଟ ,ଗାମୁଛା ଓ ହତ୍ୟା ପାଈଁ ଯେଉଁ ଅସ୍ତ୍ର ବ୍ୟବହାର କରିଥିଲା ତାହାକୁ ଏକ ଅଳିଆ ଗଦା ଭିତରେ ରଖିଥିଲା।ପୋଲିସ ଉପସ୍ଥିତିରେ ସେହି ଅଳିଆ ଗଦା ରୁ ନାରାୟଣ ବାହାରି କରିଥିଲା।ତେଵେ ଓଏମପି ଛକ ଠାରେ ହତ୍ୟା ଘଟଣାରେ ନାରାୟଣ ସମ୍ପୃକ୍ତ ଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି।ତେବେ ସେ ହତ୍ୟାକାଣ୍ଡ ସମୟରେ ବ୍ୟବହାର କରିଥିବା ବ୍ୟବହୃତ ସାମଗ୍ରୀକୁ ସାଇନଟିଫିକ ଟିମ ସଂଗ୍ରହ କରିଛି।
Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.