ETV Bharat / state

ନୂଆ ଗାଡି ପାଇଁ ସ୍ବତନ୍ତ୍ର ନମ୍ବରପ୍ଲେଟକୁ ବିରୋଧ - plat

ରୋଜଗାର ହରେଇବା ଆଶଙ୍କାରେ ଓଡିଶା ନମ୍ବର ପ୍ଲେଟ୍‌ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ୍‌ ପକ୍ଷରୁ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Jun 4, 2019, 8:21 PM IST

କଟକ: ନୂଆ ଗାଡି ପାଇଁ ସ୍ୱତନ୍ତ୍ର ପ୍ଲେଟ ଜାରିକୁ ବିରୋଧ କରି ଓଡିଶା ନମ୍ବର ପ୍ଲେଟ୍‌ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ୍‌ ପକ୍ଷରୁ ଆନ୍ଦୋଳନ ହୋଇଛି । ମଙ୍ଗଳବାର ସଂଘର ସମସ୍ତ ସଦସ୍ଯ ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭି଼ଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ରାଜ୍ୟରେ ନୂଆ ଗାଡିଗୁଡିକ ପାଇଁ ସ୍ୱତନ୍ତ୍ର ନମ୍ବର ପ୍ଲେଟ ଜାରି କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ପରିବହନ ବିଭାଗ ଏହି ଦାୟିତ୍ବ ରାଜ୍ୟ ବାହାରର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଦେଇଛି । ରୋଜଗାର ହରେଇବା ଅଭିଯୋଗ କରି ଏହାକୁ ବିରୋଧ କରିଛନ୍ତି ପ୍ଲେଟ୍‌ ଷ୍ଟିକରିଂ ଆର୍ଟିଷ୍ଟ ସଂଘ ।

ସଂଘ ସଭାପତିଙ୍କ କହିବା ଅନୁଯାୟୀ, ଯଦି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଏ ତେବେ ରାଜ୍ୟରେ ୧୫ହଜାରରୁ ଊର୍ଦ୍ଧ୍ବ ନମ୍ବର ପ୍ଲେଟ୍‌ ଷ୍ଟିକରିଂ ଆର୍ଟିଷ୍ଟ ବେକାର ହୋଇଯିବେ । ଏଣୁ ପରିବହନ କର୍ତ୍ତୃପକ୍ଷ ଯଦି ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରନ୍ତି ତାହା ହେଲେ ଆସୋସିଏସନ ଏହାକୁ ନେଇ ଆଇନର ଆଶ୍ରୟ ନିଆଯିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି କର୍ମକର୍ତ୍ତା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.