ETV Bharat / state

ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ - ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପରେ କଏଦୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Prisioner commit suicide in choudwar jail
ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Dec 10, 2019, 6:10 AM IST

କଟକ: ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଲେ ନୟାଗଡ଼ ଅଞ୍ଚଳର ଦେବପ୍ରକାଶ ବେହେରା । ଜେଲ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଦେବପ୍ରକାଶକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠା ଯାଇଥିଲା । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଚୌଦ୍ବାର ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନାନୁସାରେ, ଦେବପ୍ରକାଶ ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଚୌଦ୍ବାର ଜେଲରେ ବିଚାରଧୀନ କଏଦୀ ଭାବେ ବନ୍ଦୀ ଜୀବନ କାଟୁଥିଲା । ସୋମବାର ସକାଳୁ ସମସ୍ତ କାର୍ଯ୍ୟ ସାରି ନିଜ ସେଲକୁ ଯାଇଥିଲା । ଏହା ପରେ ସେ ଫୋନ କରିବା ଆଳରେ ସେଲ ବାହାରକୁ ଆସିଥିଲା । ପ୍ରାୟ 1 ଘଣ୍ଟା ବିତିଯିବା ପରେ ସେ ନିଜ ସେଲକୁ ନଫେରିବାରୁ ଜେଲର ଓ୍ବାର୍ଡନ୍‌ମାନେ ତାକୁ ଖୋଜାଖୋଜି କରିଥିଲେ । ପରେ ଜେଲ ପରିସରରେ ଥିବା ଏକ ଆମ୍ବ ଗଛରେ ତାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେଠାରୁ ତାକୁ ତୁରନ୍ତ ତଳକୁ ଓହ୍ଲାଇ ଏକ ଆମ୍ବୁଲାନ୍ସ ଜରିଆରେ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଦେବପ୍ରକାଶକୁ ମୃତ ଘୋଷଣା କରିଥିଲେ ।

ତେବେ ବିଗତ ଦିନ ମାନଙ୍କରେ ଚୌଦ୍ବାର ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି । ବାରମ୍ବାର କଏଦୀଙ୍କ ମୃତ୍ୟୁକୁ ନେଇ ଚୌଦ୍ବାର ଜେଲ ଚର୍ଚ୍ଚାରେ ଥିବାବେଳେ ଦେବ ପ୍ରକାଶ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପ୍ରଶ୍ନ ଉଠିଛି । ଉକ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟତା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଚୌଦ୍ୱାର ଜେଲ ରେ ବିଚାରଧୀନ କଏଦୀ ଙ୍କ ସନ୍ଦେହଜନକ ମୃତ୍ୟୁ ।ମୃତକ ଜଣକ ହେଲେ ନୟାଗଡ଼ ଅଂଚଳର ଦେବପ୍ରକାଶ ବେହେରା ।ଜେଲ ମଧ୍ୟରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥା ରେ ଦେବପ୍ରକାଶ ଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ କୁ ପଠା ଯାଇଥିଲା।ସେଠାରେ ଚିକିତ୍ସା ଧୀନ ଅବସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ ଦେବ ପ୍ରକାଶ ବେହେରା ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଚୈଦ୍ବାର ଜେଲରେ ବିଚାରଧୀନ କଏଦୀ ଭାବେ ବନ୍ଦୀ ଜୀବନ କାଟୁଥିଲେ।ଆଜି ସକାଳୁ ସମସ୍ତ କାର୍ଯ୍ୟ ସାରି ନିଜ ସେଲକୁ ଯାଇଥିଲେ। ସେଲକୁ ଗଲାପରେ ଫୋନ କରିବା ଆଳରେ ସେଲ ବାହାରକୁ ଆସିଥିଲେ।ପ୍ରାୟ ଏକଘଣ୍ଟା ବିତିଗଲା ପରେ ଜେଲର ଓ୍ବାର୍ଡର ମାନେ ଖୋଜାଖୋଜି ଆରମ୍ଭ କରିଥିଲେ ।ଏବଂ ଦେଖିବାକୁ ପାଇଥିଲେ ଚୈଦ୍ବାର ଜେଲ ମଧ୍ଯରେ ଥିବା ଏକ ଆମ୍ବ ଗଛରେ ଦେବ ପ୍ରକାଶ ଙ୍କ ଶୀରୀର ଝୁଲନ୍ତା ଅବସ୍ଥାରେ ଥିଲା।ଦେବ ପ୍ରକାଶ ଙ୍କୁ ତୁରନ୍ତ ତଳକୁ।ଓହ୍ଲାଇ ଆଉ ଏକ ଆମ୍ବୁଲାନ୍ସ ଜରିଆରେ କଟକ ବଡ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ ଡାକ୍ତର ଦେବ ପ୍ରକାଶ ଙ୍କୁ ମୃତ ଘୋଷଣା କରିଥିଲେ।ତେବେ ବିଗତ ଦିନ ମାନଙ୍କରେ ଚୈଦ୍ବାର ଜେଲର ସୁରକ୍ଷା ବ୍ୟବସ୍ଥା କୁ ନେଇ ପ୍ରଶ୍ନ ଵାଚି ସୃଷ୍ଟି ହୋଇଛି। ଏଭଳି କଏଦି ଙ୍କ ମୃତ୍ଯକୁ ନେଇ ଚୈଦ୍ବାର ଜେଲ ସଦାବେଳେ ଚର୍ଚ୍ଚା ରେ ଥିବା ବେଳେ ଦେବ ପ୍ରକାଶ ମୃତ୍ଯ ଆତ୍ମହତ୍ୟା ନା ହତ୍ଯା ତାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ ।ଉକ୍ତ ଘଟଣାକୁ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ଯାସତ୍ଯ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.