ETV Bharat / state

ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର: ମୁଖ୍ୟ ଆକର୍ଷଣ ହେବ ଟନେଲ ଆକ୍ବାରିୟମ, ଦର୍ଶକଙ୍କୁ ମିଳିବ ବ୍ୟାଙ୍କକ ଅନୁଭବ - ଚେନ୍ନାଇ ଟନେଲ ଆକ୍ବାରିୟମ

ପାଖେଇ ଆସୁଛି ଐତିହାସିକ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ସାଜିବ ଚେନ୍ନାଇର ଟନେଲ ଆକ୍ବାରିୟମ । କଟକ ଇନ କଟକକୁ ମଧ୍ୟ ଏକ ନୂଆ ରୂପ ଦେବା ପାଇଁ ଚାଲିଛି ପ୍ରୟାସ । ଜାଣନ୍ତୁ ଏହିପରି ଏଥର ଆଉ କଣ ରହିବ ବାଲିଯାତ୍ରାର ସ୍ପେଶାଲ

ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତ ଜୋରଦାର

author img

By ETV Bharat Odisha Team

Published : Nov 19, 2023, 3:08 PM IST

ବାଲିଯାତ୍ରା ପାଇଁ ପ୍ରସ୍ତୁତ ଜୋରଦାର

କଟକ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ଚଳଚଞ୍ଚଳ ହେବ ଐତିହାସିକ ବାଲିଯାତ୍ରା ପଡିଆ । ଐତିହାସିକ ଗଡଗଡ଼ିଆ ଘାଟରେ ମେଲିବ ପୂର୍ବଭାରତର ସର୍ବବୃହତ ଟ୍ରେଡ ଫେୟାର । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି କଟକ ଜିଲ୍ଲା ପ୍ରଶାସନ । ବ୍ୟବସାୟୀମାନଙ୍କ ପାଇଁ ବାଲିଯାତ୍ରା ପଡିଆରେ ଷ୍ଟଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପଡ଼ିଆରେ ପହଁଞ୍ଚିଲାଣି ବିଭିନ୍ନ ପ୍ରକାର ବ୍ୟବସାୟିକ ସାମଗ୍ରୀ । ତେବେ ଚଳିତବର୍ଷ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ଚେନ୍ନାଇର ଟନେଲ ଆକ୍ବାରିୟମ, ଯାହାକି ବାଲିଯାତ୍ରା ପଡ଼ିଆରେ ଆସି ପହଞ୍ଚିସାରିଛି । ସେହିପରି ବାଲିଯାତ୍ରାର ପ୍ଲଟ ନିଲାମ ପ୍ରକ୍ରିୟା ବି ଶେଷ ହୋଇଛି । ଯେଉଁ ପ୍ଲଟ ଗୁଡିକ ନିଲାମ ନହୋଇ ରହିଯାଇଛି ସେଗୁଡିକ ଖୁବଶୀଘ୍ର ସ୍ଵତନ୍ତ୍ର ନିଲାମ ପ୍ରକ୍ରିୟାରେ ବ୍ୟବସାୟୀମାନଙ୍କୁ ପ୍ରଦାନ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

ଆସନ୍ତା 27 ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ପ୍ରସ୍ତୁତ ବି ଜୋରଦାରରେ ଚାଲିଛି । ହାତରେ ଆଉ ମାତ୍ର କମ ସମୟ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆନୁସଙ୍ଗିକ କାର୍ଯ୍ୟଗୁଡ଼ିକୁ ଶେଷ କରିବା ପାଇଁ ଲାଗି ପଡିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ତଳ ପଡିଆରେ ମାଟି ସମତୁଲ କାର୍ଯ୍ୟ ଶେଷ ହୋଇଥିବା ବେଳେ ଓରମାସର ଷ୍ଟଲ ତିଆରି ଆରମ୍ଭ ହୋଇଛି । ସେହିପରି ବୈଷ୍ଣବ ପାଣି ମଞ୍ଚ ପ୍ରସ୍ତୁତ କରିବା ସହ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲିଥିବା "କଟକ ଇନ କଟକ"କୁ ଏକ ନୂଆ ରୂପ ଦେବା ପାଇଁ ଚାଲିଛି ପ୍ରୟାସ । ଚଳିତ ବର୍ଷ "କଟକ ଇନ କଟକ"ରେ ଗ୍ରାମାଞ୍ଚଳ ଥିମକୁ ନେଇ ଏକ ସ୍ବତନ୍ତ୍ର ପ୍ରକଳ୍ପ ନିର୍ମାଣ କରାଯାଉଛି । ଯିଏ ଏହି ସ୍ଥାନକୁ ଆସିବ ସମ୍ପୁର୍ଣ୍ଣ ଗାଁର ବାସ୍ନା ଏଠାରେ ପାଇବ ।

ଏହା ମଧ୍ୟ ପଢନ୍ତୁ: Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

ଚଳଚଞ୍ଚଳ ହୋଇ ଉଠିଲାଣି ଐତିହାସିକ ବାଲିଯାତ୍ରା ପଡିଆ । ପଡିଆରେ ପହଁଞ୍ଚିବାକୁ ଲାଗିଲାଣି ବିଭିନ୍ନ ପ୍ରକାରର ଆମୋଦ ପ୍ରମୋଦ ସାମଗ୍ରୀ । ଏହାରି ଭିତରେ ରହିଛି ଟନେଲ ଆକ୍ବାରିୟମ । ଚେନ୍ନାଇରୁ ଆସିଥିବା ଏହି ଟନେଲ ଆକ୍ବାରିୟମ ଚଳିତବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଥିବା କୁହାଯାଉଛି । ସୁଡ଼ଙ୍ଗ ସଦୃଶ ଏକ ବିଶାଳ ଆକ୍ବାରିୟମରେ ବିଭିନ୍ନ ପ୍ରକାରର ଜଳଚର ଜୀବଙ୍କୁ ଦେଖିବାକୁ ପାଇବା ଦର୍ଶକ । ତେବେ ବ୍ୟାକଙ୍କ ଓ ଦୁବାଇ ଦେଶରେ ଥିବା ଟନେଲ ଆକ୍ବାରିୟମ ଭଳି ଏହି ଆକ୍ବାରିୟମକୁ ଡିଜାଇନ କରାଯାଇଛି । ଏହା ପ୍ରଥମ ଥର ଓଡ଼ିଶା ଆସିଥିବାରୁ ଏହି ଆକ୍ବାରିୟମ ବାଲିଯାତ୍ରାର ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭୁତି ଦେବ ବୋଲି ବ୍ୟବସାୟୀ କହିଛନ୍ତି । ଏହାର ଦର କିଛି ଦିନ ପରେ ନିର୍ଦ୍ଧାରିତ କରାଯିବ ବୋଲି କଟକ ଡିସିପି କହିଛନ୍ତି । ତେବେ ଏହି ଟନେଲ ଆକ୍ବାରିୟମ କ'ଣ ତାକୁ ଦେଖିବା ପାଇଁ ଏବେ ଠାରୁ କଟକ ଲୋକଙ୍କର ଭିଡ଼ ଜମିବାକୁ ଲାଗିଲାଣି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.