ETV Bharat / state

ରାତି ପାହିଲେ ଜାଗର, ପ୍ରସ୍ତୁତ ଧବଳେଶ୍ବର ପୀଠ - ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ରାତି ପାହିଲେ ମହାଶିବରାତ୍ରୀ । ଚଳଚଞ୍ଚଳ ଗାଁ ଠୁ ସହର । ଦୀର୍ଘ ର୍ଦଇ ବର୍ଷ କରୋନ କଟକଣା ପରେ ବାବା ଧବଳେଶ୍ବରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହେବ ଜାଗର ଯାତ୍ରା । ଅଧିକ ପଢ଼ନ୍ତୁ

ରାତି ପାହିଲେ ମହାଶିବରାତ୍ରୀ
ରାତି ପାହିଲେ ମହାଶିବରାତ୍ରୀ
author img

By

Published : Feb 17, 2023, 10:20 PM IST

କରୋନ କଟକଣା ପରେ ଧବଳେଶ୍ବରଙ୍କ ପୀଠରେ ଆଡ଼ମ୍ବର ସହ ପାଳନ ହେବ ଜାଗରଯାତ୍ରା

କଟକ: ରାତି ପାହିଲେ ଜାଗର ଯାତ୍ରା । ଶୈବ ମନ୍ଦିରରେ ଲାଗିଛି ଗହଳି । ମହାଦେବଙ୍କ ଦର୍ଶନ ସହ ଶଙ୍ଖ ହୁଳହୁଳିରେ କମ୍ପିଛି ସମସ୍ତ ଶୈବ ମନ୍ଦିର । ତେବେ କଟକ ର ସମସ୍ତ ଶୈବ ମନ୍ଦିର ମଧ୍ୟରେ ଅନ୍ୟତମ ହେଉଛନ୍ତି ବାବା ଧବଳେଶ୍ବର । ଆସନ୍ତାକାଲି (ଶନିବାର) ବାବା ଧବଳେଶ୍ବରଙ୍କ ପୀଠରେ ବେଶ ଆଡ଼ମ୍ବର ସହ ପାଳନ ହେବ ଜାଗର ଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଝୁଲାପୋଲ ଦେଇ ଗମନାଗମନ ବନ୍ଦ ରହିଥିବାରୁ ନଦୀ ମଧ୍ୟ ଦେଇ ହୋଇଥିବା ଅସ୍ଥାୟୀ ରାସ୍ତାକୁ ବେଶ ସୁଚାର ରୂପେ ନିର୍ମାଣ କରାଯାଇଛି।

ସେଠାରେ ରାତି ସମୟରେ 15 ଟି ଆସ୍କା ଲାଇଟ ମହଜୁତ ରହିବ । ଯାହାଦ୍ୱାରା ଲୋକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏହାସହ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଜାଗର ଉତ୍ସବ ବନ୍ଦଥିବା ବେଳେ ଏବର୍ଷ ବେଶ ଆଡମ୍ବର ସହକାରେ ଏହି ଯାତ୍ରା ପାଳନ କରାଯିବ ।

ତେବେ ଚଳିତବର୍ଷ କୋଭିଡ ନଥିବାରୁ ଜାଗର ପାଳନ ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଆସନ୍ତାକାଲି (ଶନିବାର) ଜାଗର ପାଳନ ହେଇଥବାରୁ ରାତି ନ ପାହୁଣୁ ମନ୍ଦିର ମଧ୍ୟକୁ ଭକ୍ତ ଙ୍କ ପ୍ରବେଶ ଆରମ୍ଭ ହୋଇଯିବ। ମନ୍ଦିର ମଧ୍ୟରେ ପ୍ରଭୁ ଧବଳେଶ୍ବର ଙ୍କୁ ଦର୍ଶନ କରିବା ପାଇଁ ଛୁଟିବେ ଭକ୍ତ ଓ ଶ୍ରଦ୍ଧାଳୁ। କେବଳ କଟକ ନୁହଁ ବରଂ ରାଜ୍ୟ ର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହେବ । ତେଣୁ ହାଜର ହଜାର ଭକ୍ତମାନଙ୍କ ସୁରକ୍ଷା ଦିଗ ପାଇଁ ପୋଲିସ ପ୍ରଶାସନ ସହ ଆଲୋଚନା ଶେଷ ହୋଇଛି । ଗାଡି ପାର୍କିଂ ପାଇଁ ମଧ୍ୟ ସ୍ଥାନ ନିରୂପଣ ହୋଇଛି। ଯେପରି ଲୋକ ମାନେ ଅସୁବିଧା ର ଶିକାର ନେହେବେ ସେ ଦିଗରେ ଧ୍ୟାନ ରଖିଛି କଟକ ଜିଲ୍ଲା ପ୍ରଶାସନ ।

ତେବେ ଯଦି ଝୁଲା ପୋଲ ପୁନ କାର୍ଯ୍ୟକ୍ଷମ ହୋଇଥାନ୍ତା ତେବେ ଭକ୍ତ କିଛି, ମାତ୍ରାରେ ଆନନ୍ଦିତ ହୋଇଥାନ୍ତେ । ଗତ କାର୍ତ୍ତିକ ମାସରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ବନ୍ଦ ରହିଛି ଝୁଲା ପୋଲ। ମୋରବି ପୋଲ ଅଘଟଣ ପରେ ଧବଳେଶ୍ବର ଝୁଲା ପୋଲ ମରାମାତି କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ହେବକୁ ଥିବା ଭିଡ଼ କୁ ନଜର ରେ ରଖି ମନ୍ଦିର ମଧ୍ୟରେ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ ହୋଇଛି। ଯେପରି ଗୋଟିଏ ପଟେ ଦର୍ଶନ ଓ ଅନ୍ୟପଟେ ପ୍ରସ୍ତାନ ହେବ ସେନେଇ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.