ETV Bharat / state

ରାତି ପହିଲେ ବାଲିଯାତ୍ରା, ସିଲଭର ସିଟିରେ ପ୍ରସ୍ତୁତି ଶେଷ - ସିଲଭର ସିଟିରେ ବାଲିଯାତ୍ରା ପ୍ରସ୍ତୁତି

ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ ସହର । ରାତି ପାହିଲେ ବାଲିଯାତ୍ରା ପଡିଆରେ ଜମିବ ଲୋକଙ୍କ ଭିଡ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିୟୋଜିତ ହେବେ ୫୫ରୁ ୬୦ ପ୍ଲାଟୁନପୋଲିସ ଫୋର୍ସ । ଅଧିକ ପଢନ୍ତୁ

ରାତି ପହିଲେ ବାଲିଯାତ୍ରା
ରାତି ପହିଲେ ବାଲିଯାତ୍ରା
author img

By ETV Bharat Odisha Team

Published : Nov 26, 2023, 11:39 AM IST

Updated : Nov 26, 2023, 12:51 PM IST

ରାତି ପହିଲେ ବାଲିଯାତ୍ରା
ରାତି ପହିଲେ ବାଲିଯାତ୍ରା

କଟକ: ରାତି ପାହିଲେ କଟକ ଐତିହାସିକ ବାଲିଯାତ୍ରା । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଏନେଇ ଚଳଚଞ୍ଚଳ ବାଲିଯାତ୍ରା ପଡ଼ିଆ । ତେବେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଭିନ୍ନ ବ୍ୟବସାୟୀମାନେ ଦୋକାନ ବଜାର ଖୋଲିବା ପାଇଁ ଟେଣ୍ଟ୍‌ କାର୍ଯ୍ୟ ଜୋରଦାରରେ କରୁଛନ୍ତି । ସେପଟେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି ।

ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ବାଲିଯାତ୍ରାକୁ ବେଶ ସରସ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ମୁଖ୍ୟ ଆକର୍ଷଣୀୟ ରହିବ କଟକ ଇନ କଟକ କନସେପ୍ଟ୍‌ସ । ଏହି କନସେପ୍ଟ୍‌ରେ ଚଳିତ ବର୍ଷ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିଭାଗ ପକ୍ଷରୁ ଗ୍ରାମୀଣ ଓଡ଼ିଶାର ଝଲକ ଦେଖିବାକୁ ମିଳିବ । ସେହିପରି ଏଲ୍‌ଇଡି ଲାଇଟ୍‌ରେ ସଜା ବାଲୁକା କଳା ଓ ଟନେଲ୍‌ ଆକ୍ବାରିୟମ ଵାଲିଯାତ୍ରାରେ ଲୋକଙ୍କୁ ଆକର୍ଷିତ କରିବ ଵୋଲି ଆଶା କରାଯାଉଛି। ଯାହାର ଭରପୁର ମଜା ନେବେ ଦର୍ଶକ। ଏଥିସହ ପ୍ରସ୍ତୁତି ଚୂଡ଼ାନ୍ତ କରିଵା ପାଇଁ ବାଲୁକା ଶିଳ୍ପୀମାନେ କାମରେ ଲାଗି ପଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ବାଲିଯାତ୍ରାରେ ଆଉ ହଜିବେନି ପିଲା, ଏମିତି କରିବାକୁ ପରାମର୍ଶ ଦେଲେ କଟକ ଡିସିପି

ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ସାଧାରଣ ଲୋକଙ୍କର ନୂଆ ଥିମ୍ ପାର୍କକୁ ନେଇ ଵେଶ୍ ଆଗ୍ରହ ଦେଖିବାକୁ ମିଳିଛି । ବାଲିଯାତ୍ରାର ସାଂସ୍କୃତିକ ସନ୍ଧ୍ୟାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆସୁଛନ୍ତି ବଲିଉଡର ନାମୀ ଦାମୀ ସିଙ୍ଗର। ସେପଟେ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ୫୫ରୁ ୬୦ପ୍ଲାଟୁନ ଫୋର୍ସ ନିୟୋଜିତ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା ଓ ଉଭୟ ପଡ଼ିଆରେ ଜନ ସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ବାଲିଯାତ୍ରାକୁ ଉପଭୋଗ କରିବେ ତାହା ଉପରେ ପୋଲିସର କଡ଼ା ନଜର ରହିବ । ୨୭ ତାରିଖରୁ ସହରର ଵିଭିନ୍ନ ରାସ୍ତା ଓ ଵାଲିଯାତ୍ରା ପଡ଼ିଆରେ ଟ୍ରାଫିକ କଟକଣା ଲାଗୁ ହେବ ଵୋଲି ସୂଚନା ଦେଇଛନ୍ତି ଡିସିପି । ସେହିପରି ଵାଲିଯାତ୍ରାରେ ବହୁ ସଂଖ୍ୟାରେ ଛୋଟଛୋଟ ପିଲା ହଜି ଯାଉଥିବାରୁ, ଛୋଟ ପିଲାମାନଙ୍କ ପକେଟରେ ପରିବାର ଲୋକଙ୍କ ମୋବାଇଲ ନମ୍ବର ଲେଖି ରଖି ଦେବା ପାଇଁ ଡିସିପି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 26, 2023, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.