ETV Bharat / state

ସିଲଭର ସିିଟିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ, ମତଦାନକୁ ଅପେକ୍ଷା

ରାତି ପାହିଲେ କଟକରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ହେବ ମତଦାନ । ଏଥିପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

author img

By

Published : Apr 22, 2019, 9:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସରିଛି ପ୍ରଚାର, ଅପେକ୍ଷା ମତଦାନକୁ । ରାତି ପାହିଲେ କଟକରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ହେବ ମତଦାନ । ଏଥିପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ନିର୍ବାଚନକୁ ସବୁ ଦିଗରୁ ମୁକ୍ତ, ଅବାଧ, ଶାନ୍ତିପୂର୍ଣ୍ଣ, ସ୍ବଚ୍ଛ ଓ ଶୃଙ୍ଖଳିତ ପାଇଁ ସମସ୍ତଙ୍କୁ ମିଳିଛି ହାର୍ଡ ଟାକ୍ସ । ପୋଲିଂ ଅଫିସରଙ୍କୁ ଇଭିଏମ ଓ ଭିଭିପାଟକୁ ବିନା ତ୍ରୁଟିରେ କ୍ରିୟାଶୀଳ କରାଇବା ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥ ମୁହାଁ ପୋଲିଂ ପାର୍ଟି ।

କଟକର 6ଟି ନିର୍ବାଚନ ମଣ୍ଡଳୀରେ ରହିଛି ସମୁଦାୟ 1ହଜାର420 ଟି ବୁଥ । ଯେଉଁଥିରେ 315 ସିସିଟିଭି , 170 ମାଇକ୍ରୋ ଅବଜରଭର ଓ 225 ୱେବ କାସଟିଙ୍ଗର ମୁତୟନ କରାଯିବ । ଏହାସହିତ ସବୁ ବୁଥରେ ଭିନ୍ନକ୍ଷମଙ୍କ ପାଇଁ ହୁଇଲ ଚେୟାରର ମଧ୍ୟ ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । କଟକର 3ଟି ନିର୍ବାଚନ ମଣ୍ଡଳୀକୁ ଅତିସମ୍ବେଦନଶୀଳ ଘୋଷଣା କରାଯାଇଛି । ସେଥିମଧ୍ୟରୁ ମଙ୍ଗଳବାର ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜନୈତିକ ହିଂସାକୁ ଅଟକାଇବା ସହ ମତଦାତା ଓ ମତଦାନ କେନ୍ଦ୍ରକୁ ସୁରକ୍ଷା ଦେବା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ । ଚଳିତ ନିର୍ବାଚନରେ ରାଜ୍ୟରେ ଯେଉଁଭଳି ଭାବରେ ରାଜନୈତିକ ହିଂସା, ବୋମାମାଡ, ଗୁଳିକାଣ୍ଡ, ହତ୍ୟା, ଅକ୍ରମଣ ବଢିବାରେ ଲାଗିଛି ଏବେ ତୃତୀୟ ପର୍ଯ୍ୟାୟ ମତଦାନର ଅବ୍ୟବାହିତ ପୂର୍ବୁର ସିଲଭରସିଟିକୁ ସେଭ୍‌ ଜୋନ୍‌ରେ ପରିଣତ କରିବା ପାଇଁ ମାଳମାଳ ପୋଲିସ ପଇଁତରା ମାରୁଛନ୍ତି । ସହର ସମେତ ସମସ୍ତ ଲୋକସଭା କ୍ଷେତ୍ରକୁ ପୋଲିସ ଛାଉଣୀ କରାଯିବ । 11 ପ୍ଲାଟୁନ ପୋଲିସ ଫୋର୍ସ ପ୍ରତି ବୁଥ ଆଗରେ 24ଘଣ୍ଟିଆ ପହରା ମାରିବେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଫ୍ଲାଗ ମାର୍ଚ୍ଚ ଭୋଟର ମାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସମସ୍ତ ପ୍ରାକ୍‌ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଶେଷ । ଏବେ ଅପେକ୍ଷା ସୂଚାରୁରୂପେ ମତଦାନ ପ୍ରକ୍ରିୟାକୁ ସମ୍ପାଦନ କରିବା ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Intro:Body:

ssdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.